www.samajalive.in
Friday, December 5, 2025
23.1 C
Bhubaneswar

ଦିନ ଦ୍ଵିପ୍ରହରରେ ମୋବାଇଲ ଚୋରି : ସାବଧାନ ରୁହନ୍ତୁ  ଦୋକାନୀ

ରେଙ୍ଗାଲିକ୍ୟାମ୍ପ:  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେ ବର୍ତ୍ତମାନ  ବିଭିନ୍ନ ବେଶଧାରୀ ଚୋର ବୁଲୁଛନ୍ତି । କିଏ ଭିକାରୀ ବେଶରେ ତ ଆଉ କିଏ ଅଫିସର ଭଳି ବେଶ  ପୋଷାକ ପରିଧାନ କରି  ବଡ ସହଜ ରେ ଚୋରି କରି ଚମ୍ପଟ ମାରୁଛନ୍ତି । ଆଗରୁ ଚୋର ମାନେ ରାତି ଅଧରେ ଘରେ ପଶି ଚୋରି କରୁଥିଲେ । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଜନଗହଳି  ପୂର୍ଣ୍ଣ ଏପରିକି ସି ସି ଟିଭି କ୍ୟାମେରା ଲାଗିଥିବା ଥିବା ସତ୍ତ୍ବେ ଦିନ ଦ୍ୱିପହର ରେ ଆସି ଚୋରି କରୁଛନ୍ତି । ଏଭଳି କିଛି ଘଟଣା ଦେଖିବାକ ମିଳିଛି ଅତାବିରା ଜାତୀୟ ରାଜପଥ କଡ଼ରେ ଥିବା ସଂଜୀବନୀ ମେଡିକଲରେ। ଏହି ମେଡିକାଲରେ କାମ କରୁଥିବା ଜଣେ ମହିଳା ଗତକାଲି କାଉଣ୍ଟରରେ  ମୋବାଇଲ  ରଖିଦେଇ  ଭିତରକୁ ଝାଡୁ କରିବା ପାଇଁ ଯାଇଥିଲେ। ଏତିକିବେଳେ ଜଣେ ଚୋର ବଡ଼ ସହଜରେ ଆସି ମୋବାଇଲଟିକୁ ନେଇ ଚାଲିଯାଇଥିଲା। ପରେ ସି ସି ଟିଭି କ୍ୟାମେରା  ଫୁଟେଜ ରୁ ତାହା ସ୍ପଷ୍ଟ ଜଣାପଡୁଛି। ଏହି ଫୁଟେଜ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  ଚୋର ର ସାହସ କୁ ଦେଖି ସମସ୍ତେ ତାଜୁବ  ହୋଇଯାଇଥିଲେ ।ଦୋକାନୀ ତଥା ଜନ ସାଧାରଣ  ଟିକିଏ  ଅସାବଧାନ ହେଲେ  ଏମିତି ଚୋରି ଘଟଣା  ଘଟି ଚାଲିଛି।  ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଉଚିତ୍ ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories