ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତା ଦାଣ୍ଡମୁକୁନ୍ଦପୁର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ପାର୍ଶ୍ଵ ଏକ ବୁଦା ମୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗରୁ ପୁଲିସ୍ କିଛି ପୋଷାକ, ମୋବାଇଲ ଫୋନ ଏବଂ ଚପଲ ଜବତ କରିଛି। ମୃତ ଯୁବକ ନିମାପଡା ଥାନା ଅଞ୍ଚଳର ହୋଇଥିବା ଜଣାପଡିଛି। ଖବର ପାଇ ପରିବାର ଲୋକେ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Popular Categories



