www.samajalive.in
Sunday, December 14, 2025
14.1 C
Bhubaneswar

ସାହାରପଡ଼ା ମାଟିରେ ବିଦେଶୀ ଫଳ, ଚର୍ଚ୍ଚାର ବିଷୟ ପାଲଟିଛି ଡ୍ରାଗନ୍ ଫ୍ରୁଟ୍ସ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର କୁଣ୍ଡୁଳା ଗ୍ରାମ ପଞ୍ଚାୟତର ତାଳପଦା ଗ୍ରାମରେ ହେଉଛି ଡ୍ରାଗନ ଫ୍ରୁଟସର ଚାଷ । ଏଭଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି ଦେଇଛି । କପୁଣ୍ଡି ସ୍ଥିତ ସିୱାଈଏସଡି ନାମକ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଏପିସି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପ୍ରଥମେ ୧ ଏକର ୨୦ ଡିସିମିଲ ଜାଗାରେ ଏହି ଡ୍ରାଗନ୍ ଫ୍ରୁଟସ ଚାଷ ଆରମ୍ଭ ହୋଇଥିଲା । କୁଣ୍ଡୁଳା ଗ୍ରାମ ପଞ୍ଚାୟତର ତାଳପଦା ଗ୍ରାମର ମା ତାରିଣୀ ପିଜି ଗ୍ରୁପର ମହିଳା ମାନେ ଏହି ଚାଷକୁ ପାଖାପାଖି ତିନି ବର୍ଷ ହୋଇଗଲା କରି ଆସୁଛନ୍ତି । ଅନେକ ଜାଗାରେ ପାରମ୍ପରିକ ଚାଷ ଛାଡ଼ି ଏବେ ନୂତନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଥିବାବେଳେ ଏହା ଏକ ସ୍ବତନ୍ତ୍ର ଉଦାହରଣ । ସୁଦୂର ଟିଟିଲାଗଡରୁ ୧୭୨୦ ଗୋଟି ଚାରା ଆଣି ଏହି ଚାଷ ଆରମ୍ଭ କରାଯାଇଥିଲା । ସିମେଣ୍ଟ ଖୁଣ୍ଟ ସାହାଯ୍ୟରେ ଗଛ ଗୁଡ଼ିକୁ ବାନ୍ଧି ରଖିବା ସହ ବୁନ୍ଦା ଜଳ ସେଚନ ପ୍ରକ୍ରିୟାରେ ଏହି ଚାଷ କରାଯାଉଛି । ବର୍ଷକ ପରେ ଏହାର ଫଳ ଆସିଥିଲା। ପ୍ରତ୍ୟେକ ବର୍ଷ ଏହାର ଫଳ ବଢିବା ସହିତ ଏ ଅଞ୍ଚଳରେ ଏହି ଡ୍ରାଗନ୍ ଫ୍ରୁଟସର ଚାହିଦା ଦିନକୁ ଦିନ ବଢ଼ି ଚାଲି ଥିବାବେଳେ ଆଖ ପାଖ ମାର୍କେଟରେ କେଜି ପ୍ରତି ୨୦୦ ଟଙ୍କାରେ ବିକ୍ରି କରି ବେଶ ଲାଭବାନ ହେଇ ପାରୁଛନ୍ତି। ଏବେ ଏହି ଫଳର ବଜାରରେ ବି ବେଶ ଚାହିଦା ବଢିଛି । ଆଉ କେନ୍ଦୁଝର ମାଟିରେ ଏଭଳି ଫଳ ବେଶ ଭଲ ଭାବରେ ଫଳିବା ଚାଷୀଙ୍କ ପାଇଁ ଏକ ପ୍ରେରଣା ଭଳି ହୋଇଛି । ଏହି ଚାଷ କରିବାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସି ୱା ଇ ଏସ ଡି ତରଫରୁ ପ୍ରୀତିନନ୍ଦା ବେଉରା,  ସଞ୍ଜୟ କୁମାର ସେଠୀ, ତୋଫାନ କୁମାର ସେଠୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories