www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ମାଗିଲେ ୨୦୦ ସିଟ୍

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଡ଼ ମୁକେଶ ମହାଲିଙ୍ଗ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ଅନୁମତି ପତ୍ର ଅନୁରୋଧ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତତର କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

୨୦୨୫-୨୬ ଶିକ୍ଷାବର୍ଷରେ ଉଭୟ କଲେଜରେ ୧୦୦ ଜଣ ଲେଖାଏଁ  MBBS ଛାତ୍ରଛାତ୍ରୀଙ୍କ ଭର୍ତ୍ତି ପାଇଁ ଅନୁମତି ପତ୍ର (LoP) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତ୍ୱରିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ଏହି ଦୁଇଟି ମହାବିଦ୍ୟାଳୟ ଓଡ଼ିଶାରେ ଚିକିତ୍ସା କ୍ଷେତ୍ରରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଛି । ଏହି ଦୁଇ ଅନୁଷ୍ଠାନର ଡିନ ଓ ପ୍ରିନ୍ସିପାଲ ନିଜ ଅନୁମତି ପତ୍ର ପାଇଁ ଆବେଦନ ୧୮ ଜାନୁଆରୀ, ୨୦୨୫ ରେ ନ୍ୟାସନାଲ ମେଡିକାଲ କମିଶନ (NMC)ର ପୋର୍ଟାଲ ମାଧ୍ୟମରେ ଦାଖଲ କରିଥିଲେ।

- Advertisement -

ନ୍ୟାସନାଲ ମେଡିକାଲ କମିଶନ ଟିମ ୨୩ ଜୁନ ୨୦୨୫ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, ତାଲଚେର ଓ ୨୮ ମେ ୨୦୨୫ ରେ ସରକାରୀ ମେଡିକାଲ କଲେଜ, ଫୁଲବାଣୀର ନିରୀକ୍ଷଣ କରିଥିଲେ । ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଆଉ ଦୁଇ ଗୋଟି କଲେଜ ଯୋଡି ହେବ । ୧୪ ଟି ସରକାରୀ କଲେଜରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ସମୁଦାୟ ୧୮୦୦ MBBS ସିଟକୁ ବଢିବ ।

ଏହି ସମୟରେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ଶ୍ରୀ ରବି ନାରାୟଣ ନାଏକ , ମାନ୍ୟବର କଟକ ସାଂସଦ ଭର୍ତ୍ତୃହରି ମହତାବ , ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories