www.samajalive.in
Saturday, December 13, 2025
26.1 C
Bhubaneswar

୭୦ ଖଣ୍ଡ ପିଆଶାଳ କାଠପଟା ସହ ମିନିଟ୍ରକ ଜବତ, ଚାଳକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ୭୦ ଖଣ୍ଡ ପିଆଶାଳ କାଠ ପଟା ସହ ଏକ ମିନିଟ୍ରକକୁ ଜବତ କରିବା ସହ ସମ୍ପୃକ୍ତ ଚାଳକ ଗିରଫ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଦାରିଙ୍ଗବାଡି ବନାଞ୍ଚଳର ବୁଡ଼ାଗୁଡା ସେକ୍ସନର ପିକୁସି ଜଙ୍ଗଲରୁ ଏକ ମିନିଟ୍ରକ ଯୋଗେ କାଠପଟା ଲୋଡ୍‌ ହୋଇ ବାଲିଗୁଡା ଅଭିମୁଖେ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବନପାଳ ମନ୍ମଥ ପରିଛା, ଦାରିଙ୍ଗବାଡି ବନପାଳ ବିଶ୍ୱଜିତ ମିଶ୍ର ବନରକ୍ଷୀ ରାହୁଲ ନାୟକ, ସମୀର ନାୟକଙ୍କ ସମେତ ଫାୟର ସ୍କ୍ୱାର୍ଡ ସଦଳବଳେ ଚଢ଼ାଉ କରି ଉକ୍ତ ମିନିଟ୍ରକଟିକୁ ଅଟକାଇଥିଲେ ଓ ସେଥିରେ ଥିବା ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ମିନିଟ୍ରକର ଚାଳକ ସଞ୍ଜିତ କୁମାର ବିଶିମାଝିଙ୍କୁ ଗିରଫ କରିଥିଲେ। ଏନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି।

ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ; ବାଘ ପାଟିରୁ ନିଜ ଛୁଆ ବାଛୁରୀକୁ କେମିତି ରକ୍ଷା କଲା ଗାଈ..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories