ନୂଆଦିଲ୍ଲୀ : ଅନେକ ସମୟରେ ଜୀବଜନ୍ତୁ ଓ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । କିଛି ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ବିଶେଷ କରି କିଛି ଜୀବଜନ୍ତୁ ବଡ ବଡ ଶିକାରୀଙ୍କ କିପରି ଶିକାର ହୋଇଥାନ୍ତି, ନିଜ ଜୀବନକୁ ରକ୍ଷା କରି ପାରନ୍ତି ନାହିଁ, ପୁଣି କେତେବେଳେ ଦୀର୍ଘ ସମୟ ଚେଷ୍ଟା କରି ନିଜ ଜୀବନକୁ ରକ୍ଷା କରି ଖସି ପଳାନ୍ତି । ଅନେକ ସମୟରେ ଏଭଳି ମଧ୍ୟ ଦେଖାଯାଏ ପଶୁ ହେଲେ ମଧ୍ୟ ମାଆ ସବୁବେଳେ ମାଆ । ନିଜ ଛୁଆର ଜୀବନ ରକ୍ଷା କରିବାକୁ ସେ ବାଘ ଠାରୁ ଆରମ୍ଭ କରି ସିଂହ ସହ ମଧ୍ୟ ଲଢେଇ କରିବାକୁ ପ୍ରସ୍ତୁତ ହୋଇଯାଏ । ନିକଟରେ ଭାଇରାଲ୍ ହେଉଥିବା ବାଘ ଓ ବାଛୁରୀର ଏକ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓଟି ରାଜସ୍ଥାନର ବୋଲି କୁହାଯାଇଛି । ଭିଡିଓରେ ଦେଖି ପାରିବେ ଏକ କଲରାପତରିଆ ବାଘ କିଭଳି ହଠାତ୍ ଏକ ବାଛୁରୀ ଉପରେ ଆକ୍ରମଣ କରୁଛି । ମାତ୍ର ସେହି ସମୟରେ ଏପରି କିଛି ଘଟିଛି, ଯାହା ବିଶ୍ୱାସ କରିବା ସହଜ ନୁହେଁ ।
मेरी प्यारी मां!
गाय के बछड़े को गर्दन से पैंथर ने दबोचा तो बचाने मां दौड़ी। फिर क्या था, खुद देखिए।
📍 बाली, पाली pic.twitter.com/K9MVH7qqKm— Arvind Sharma (@sarviind) August 1, 2025
ଘଟଣାକ୍ରମେ, ରାଜସ୍ଥାନର ସଫାରୀରେ ଯାଇଥିବା କିଛି ପର୍ଯ୍ୟଟକ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟକୁ ରେକର୍ଡ କରିଛନ୍ତି । ଜଙ୍ଗଲରେ ରାସ୍ତାରେ ଏକ ବାଛୁରୀ ଉପରକୁ ହଠାତ୍ ଏକ ବାଘ ଆସି ଆକ୍ରମଣ କରୁଛି । ବାଘଟି ବାଛୁରୀର ବେକକୁ ପାଟିରେ କାମୁଡି ଧରୁଛି । ସେହି ସମୟରେ ଆଗରେ ଥିବା ଗାଈ ତୁରନ୍ତ ନିଜ ଛୁଆ ନିକଟକୁ ଦୌଡି ଯାଇ ତା’ର ଜୀବନ ରକ୍ଷା କରୁଛି । ବାଘଟି ସେହି ସମୟରେ ବାଛୁରୀକୁ ଛାଡି ସେଠାରୁ ପଳାଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ବେଶ ପସନ୍ଦ କରୁଛନ୍ତି ।
ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..



