ଭବାନୀପାଟଣା : ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ରଘୁ ପାତ୍ର । ରାୟଗଡା ଜିଲା ଦହିଖାଲ ରେଳ ଧାରଣାରୁ ରଘୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଲାଞ୍ଜିଗଡ ବିଶ୍ୱନାଥପୁର ଥାନା କାଣ୍ଡାମା ଗାଁର ରଘୁ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ । ହତ୍ୟା ପରେ ବୃଦ୍ଧଙ୍କୁ ପ୍ରାୟ ୩୦ କିମି ଦୂରରେ ନେଇ ଫିଙ୍ଗାଯାଇଥିବା ଜଣାପଡିଛି । ଘଟଣା ବିଷୟରେ ଖବର ପାଇ ବିଶ୍ୱନାଥପୁର ପୁଲିସ ମୃତଦେହ ଜବତ କରିବା ସହ ସମ୍ପକ୍ତ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଦେଖନ୍ତୁ ଭିଡିଓ; ବାଘ ପାଟିରୁ ନିଜ ଛୁଆ ବାଛୁରୀକୁ କେମିତି ରକ୍ଷା କଲା ଗାଈ..



