www.samajalive.in
Monday, December 8, 2025
13.1 C
Bhubaneswar

ରାଜଧାନୀରେ ଯୌତୁକ ପାଇଁ ବଧୂ ହତ୍ୟା !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ସହ ଘଟଣା ହଇଚଇ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାମ ରଶ୍ମିତା ସ୍ୱାଇଁ । ରଶ୍ମିତାଙ୍କ ବିବାହର ନଅ ବର୍ଷ ପରେ ଏଭଳି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରୁ ଏଭଳି ଅଭାବନୀୟ ଘଟଣା ସୋମବାର ସାମ୍ନାକୁ ଆସିଛି । ରଶ୍ମିତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ରଶ୍ମିତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ହଠାତ୍‌ ରଶ୍ମିତା ହସ୍ପିଟାଲରେ ଥିବା ନେଇ ବାପଘର ଲୋକେ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲେ । ମାତ୍ର ସେତେବେଳକୁ ରଶ୍ମିତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ରଶ୍ମିତାଙ୍କ ସ୍ୱାମୀ ବିଶ୍ୱନାଥଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।

ଶିକାରକୁ ଖାଉଥିଲା, ଭିଡିଓ ପାଇଁ ସିଂହ ପାଖକୁ ଯାଉଥିଲେ ଯୁବକ, ତା’ପରେ..

ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

- Advertisement -

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories