ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସୋରେନଙ୍କର ୮୧ ବର୍ଷ ବୟସରେ ସୋମବାର ପୂର୍ବାହ୍ନରେ ପରଲୋକ ଘଟିଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନଙ୍କୁ ସମବେଦନା ଜଣାଇଥିଲେ।
ସୋରେନ କିଡନୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିଲେ। ଗତ ଜୁନ ଶେଷ ସପ୍ତାହରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାସାଧିକ କାଳ ଚିକିତ୍ସା ପରେ ଶେଷରେ ସେ ଆଖିବୁଜିଥିଲେ।
#WATCH | Delhi: Prime Minister Narendra Modi pays tribute to former Chief Minister of Jharkhand, Shibu Soren at Sir Ganga Ram Hospital.
Former Jharkhand CM and JMM founder patron Shibu Soren passed away at the hospital today after a prolonged illness.
(Source: DD News) pic.twitter.com/a1Bc2YCL9X
— ANI (@ANI) August 4, 2025



