www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ

ଟିଟିଲାଗଡ଼: ଟିଟିଲାଗଡ଼ ବଡ଼ତେନ୍ତୁଳୀଖୁଣ୍ଟି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିବା ଘଟଣା ସମ୍ପକରେ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତରଖାନା ପହଞ୍ଚିଛନ୍ତି । ପୁର୍ବରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଲାଇନ ଲାଗି ରେଜିଷ୍ଟ୍ରେସନ କରିବାକୁ କହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ବିଧାୟକ ଆସୁଥିବା ଖବର ପାଇ ସିଧାସଳଖ ୱାର୍ଡ ରେ ଭର୍ତ୍ତି ପାଇଁ କହିଥିଲେ। ପ୍ରଥମେ ଜଣେ ମାତ୍ର ଡାକ୍ତର ଉପସ୍ଥିତ ଥିବା ବେଳେ ବିଧାୟକଙ୍କ ଗସ୍ତ ଖବର ଶୁଣିବା ପରେ ପୁରା ଡାକ୍ତରୀ ଟିମ ସହ ଟିଟିଲାଗଡ଼ ଏସଡ଼ିଏମଓ ମେଡିକାଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏହି ଦୁଃଖଦ ଖବର ପାଇ ସୁଦୂର କଣ୍ଟାବାଞ୍ଜିରୁ ବିଧାୟକ ଆସିଥିବା ବେଳେ ଟିଟିଲାଗଡ଼ ଉପଜିଲାପାଳ ଅଦ୍ୟାବଧି ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ନେଇ ଡାକ୍ତରଖାନା ନପହଞ୍ଚିବା ପ୍ରଶାସନର ସରକାରୀ ସ୍କୁଲ ଗୁଡିକରେ ଅଧ୍ୟୟନ କରୁଥିବା ଗରିବ ପରିବାର ଶିଶୁଙ୍କ ପ୍ରତି ହେୟ ମନୋଭାବ ବୋଲି ଆଲୋଚନା ହୋଇଛି। ତେବେ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଏନେଇ କାହିଁକି ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରଶାସନ ସତର୍କତା ଅବଲମ୍ବନ କରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି । ତେବେ ତୁରନ୍ତ ଏହାର ତଦନ୍ତ କରାଯିବ ବୋଲି  ବିଧାୟକ ଶ୍ରୀ ବାଗ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories