www.samajalive.in
Saturday, December 6, 2025
23.1 C
Bhubaneswar

ଅଗଷ୍ଟ ୧୫ପୂର୍ବରୁ କୁଲଗାମରେ ବଡ ସର୍ଚ୍ଚ ଅପରେସନ୍‍, ଜଣେ ଆତଙ୍କୀ ନିପାତ

ସମାଜ ଡିଜିଟାଲ ଡେସ୍କ: ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ ରହିଛି । ଜମ୍ମୁ-କାଶ୍ମୀରର କୁଲଗାମ ଜିଲାର ଅଖଲ ଅଞ୍ଚଳରେ ସୁରକ୍ଷାବହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ ଅଖଲ ଜାରି ରହିଛି । ଏସଓଜ. ଜମ୍ମୁ-କାଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫ୍‍ ମିଳିତ ଭାବରେ ଏହି ଅପରେସନ କରୁଛନ୍ତି ।
ଚିନାର କୋର୍ପସ ଏକ୍ସରେ ସୂଚନା ଦେଇ କହିଛି ଯେ ଏହି ଅପରେସନରେ ଶୁକ୍ରବାର ରାତି ସାରା ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କୁ କଡା ଜବାବ ଦେବା ପାଇଁ ଆମର ସୈନିକମାନେ ମଧ୍ୟ ସନ୍ତୁଳନ ରକ୍ଷା କରି ଗୁଳିଚାଳନା କରୁଛନ୍ତି । ଏହି ସମୟରେ ଘେରାବନ୍ଦୀ କରାଯାଇଛି । ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories