ଜୁନାଗଡ଼: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗାଁରେ ଅଭାବନୀୟ ଘଟଣା ଟିଛି। ଜମିବାଡ଼ିକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ପାଇଁ ସାନ ଭାଇ ପ୍ରେମାନନ୍ଦ ନାଏକ କୋଦାଳରେ ବଡ଼ ଭାଇ କୁ ହାଣିଥିବା ଅଭିଯୋଗ ହୋଇଛି। ଫଳରେ ଚାଷ ଜମିରେ ହିଁ ବଡ଼ଭାଇ ଲିଙ୍ଗରାଜ ନାଏକ ଟଳି ପଡ଼ିଥିଲା। ସୂଚନାପାଇ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସାନଭାଇ ପ୍ରେମାନନ୍ଦକୁ ଜୁନାଗଡ଼ ଥାନାରେ ଅଟକ ରଖାଯାଇଛି।



