www.samajalive.in
Saturday, December 6, 2025
17.1 C
Bhubaneswar

ଲାଞ୍ଜିଗଡ ଅଞ୍ଚଳରେ ଜାଲ ନିଯୁକ୍ତି ରାକେଟ ସକ୍ରିୟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଏକମାତ୍ର ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ରେ ଏବେ ଏକାଧିକ ଜାଲ ନିଯୁକ୍ତି ରାକେଟ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ବିଭିନ୍ନ କମ୍ପାନୀରେ ନିଯୁକ୍ତି ଦେବା ନାଁରେ, ଗେଟ ପାସ କରାଇଦେବା ନାଁରେ ବିଭିନ୍ନ ଲୋକେ ଶିକ୍ଷିତ ଓ ବେକାରୀ ଯୁବକ ଯୁବତୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କାମ ଧନ୍ଦା ଅଭାବରୁ ବେକାର ବସିଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକଯୁବତୀ ସେମାନଙ୍କ ଜାଲରେ ଶୀଘ୍ର ପଡିଯାଉଥିବା ଲକ୍ଷ୍ୟ କରାଯାଉଛି। ନିଯୁକ୍ତି ଦେବା ପାଇଁ ପଚାଶ ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ସେମାନେ ଅସୁଲ କରିସାରିବା ପରେ ଆଉ ଧରାଛୁଆଁ ଦେଉନାହାନ୍ତି। ଲାଞ୍ଜିଗଡ଼, ନର୍ଲା, ଭବାନୀପାଟଣା, କେସିଙ୍ଗା ସମେତ ରାୟଗଡା, ମୁନିଗୁଡ଼ା ଓ ଅମ୍ବାଦଳା ଅଞ୍ଚଳରେ ଏହି ରାକେଟର ସଦସ୍ୟମାନେ ଜାଲ ବିଛାଇଛନ୍ତି।
ଏପରିକି ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ଜରିଆରେ ସେମାନେ ଚାକିରି କରାଇଦେବାକୁ ଭରସା ଦେଇ ଟଙ୍କା ଦାବି କରୁଥିବାବେଳେ, ଚାକିରି ଆଶାୟୀମାନେ ସେମାନଙ୍କ ଜାଲରେ ପଡୁଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ଧରି ଏଭଳି ଅଭିଯୋଗ ହେଉଥିବାବେଳେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ଡଙ୍ଗାଯୋର ସ୍କୁଲର ପ୍ରଧାନଶିକ୍ଷକ ଦିଲୀପ ମହାରଣା ନୂଆପଡ଼ା ଜିଲ୍ଲା ସିନାପାଲି ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯିବାପରେ ଏହି ରାକେଟ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଏହି ରାକେଟରେ କମ୍ପାନୀର କିଛି କର୍ମକର୍ତ୍ତା ସାମିଲ ଥିବା ନେଇ ଆଲୋଚନା ହେଉଛି। ତେବେ ଚାକିରି ଆଶାରେ ଗରିବ ଓ ନିରୀହ ଯୁବକଯୁବତୀମାନେ ଟଙ୍କା ଦେଇ ନିରାଶ ହେଉଥିବାବେଳେ ଲୋକଲଜ୍ଜା ଭୟରେ ସେମାନେ କାନମୁଣ୍ଡା ଆଉଁସି ଚୁପ ରହୁଛନ୍ତି। ଏଣୁ ଜିଲ୍ଲା ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଜାଲ ନିଯୁକ୍ତି ରାକେଟ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories