ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ବୋରବରଝର ମୌଜାରେ ଚୋରା ମାଙ୍କଡା ପଥରଖଣି ଚାଲିଛି। ଯାହା ଦ୍ୱାରା ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ କୁଜିନେତାମାନେ ଖଣି, ପଥରକଟା ମେସିନ ଓ ଗାଡିରୁ ମାସିକିଆ ବଟି ଆଦାୟ କରି ମାଲେମାଲ୍ ହେଉଥିବା ଅଭିଯୋଗ ହୋଇଛି । ରଣପୁର ତହସିଲଦାର ଡ଼ ଆର୍ଯ୍ୟ କୁମାର ସର୍ବଦମନ ଗତ ଜୁଲାଇ ୩୧ ତାରିଖ ସଂନ୍ଧ୍ୟାରେ ବୋରବରଝର ଖଣିରୁ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ହଂସରା ରାଜସ୍ୱ ଅଧିକାରୀ ବିଷ୍ଣୁ ପ୍ରସାଦ ମଲ୍ଲିକଙ୍କୁ ଧରି ନରସିଂହପୁର ନିକଟରେ ଏକ ମାଙ୍କଡା ପଥର ଗାଡିକୁ ତନଖି କରିବାରେ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଚାଳକ ଓ ସହଯୋଗୀ ଫେରାର ହେ।ଇଯାଇଥିଲେ। ଗାଡି ସହ ପଥର ଜବତ କରି ରାଇପଡା ରାଜସ୍ବ କାର୍ଯ୍ୟାଳୟ ନିକଟରେ ରଖିଥିବା ଜଣାପଡିଛି। ଜବତ ଗାଡିର ଆଗପଟେ ଓ ପଛପଟେ ନମ୍ବରକୁ ଦେଖି ଏହାର ତଦନ୍ତ ଚାଲିଛି। ନୟାଗଡ଼ ରେ।ଡ ଟ୍ରାନସପେ।ର୍ଟ ଅଧିକାରୀ ପ୍ରଶାନ୍ତ କୁମାର ପରିଡା କହିଛନ୍ତି, ଗୋଟିଏ ଗାଡିରେ ଦୁଇଟି ନମ୍ବର ଆମ୍ଭ ପାଖରେ ଖବର ନଥିଲା। ତହସିଲଦାର ରିପୋର୍ଟ କଲେ ତଦନ୍ତ ହେ।ଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ରଣପୁର ଅଞ୍ଚଳରେ ଏଭଳି ଗୋଟିଏ ଗାଡି ଦୁଇଟି ନମ୍ବର ଚାଲୁଥିବା ଅନେକ ଅଭିଯୋଗ ହୋଇଛି ।
ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..



