www.samajalive.in
Saturday, December 6, 2025
14.1 C
Bhubaneswar

ୟୁନିଫାଇଡ ଅଟୋମେଟିକ୍ ସିଷ୍ଟମ ସ୍ଥଗିତ ପାଇଁ ଦାବି

ଲକ୍ଷ୍ମୀପୁର : ରାଜ୍ୟ ସରକାର  ପ୍ରାଥମିକ ବିଦ୍ୟାଳୟର ଗୁଡିକରେ ଆରମ୍ଭ କରିଛନ୍ତି ୟୁନିଫାଇଡ ଅଟୋମେଟିକ୍ ସିଷ୍ଟମ ବ୍ୟବସ୍ଥା ପ୍ରଚଳିତ କରିଛନ୍ତି। କିନ୍ତୁ କୋରାପୁଟ ଜିଲାର ବିଭିନ୍ନ ବ୍ଲକ ଅନେକ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ସହିତ ଆବଶ୍ୟକ ଅନୁପାତରେ ଶିକ୍ଷକ, ମୋବାଇଲ ନେଟୱାର୍କ ବ୍ଯବସ୍ଥା ଆଦି ନାହିଁ। ସରକାର ୟୁନିଫାଇଡ ଅଟୋମେଟିକ୍ ସିଷ୍ଟମ ବ୍ୟବସ୍ଥା ପ୍ରଚଳିତ କରିବାକୁ ଯାଇଛନ୍ତି।  ଯାହାଦ୍ୱାରା ଅନେକ ବିଦ୍ୟାଳୟରେ ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହେବେ।
ସରକାର ବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମିର ବ୍ୟବସ୍ଥା ସହିତ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଓ ମୋବାଇଲ ଫୋନ୍ ଯୋଗାଇଦେବା ପରେ ଏହି ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ମୁଦୁଲି ଙ୍କ ଜରିଆରେ ଏକ ଦାବି ପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଘୋଡାବନ୍ଧ ନିକଟରୁ ବାହାରି  ବିଭିନ୍ନ ଶ୍ଲୋଗାନ ଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘଘର ଉପସଭାପତି ସୁରେନ୍ଦ୍ର କୁଲଦୀପ, ନବରଙ୍ଗପୁର  ସାଧାରଣ ସମ୍ପାଦକ କ୍ଷେତ୍ରମୋହନ ବିଷୋୟୀଙ୍କ ସହିତ ଲକ୍ଷ୍ମୀପୁର ବ୍ଲକ ସଭାପତି ଦୟାନିଧି ଗରଡ଼ା, ଉପସଭାପତି ନିରଞ୍ଜନ ନାୟକ, ସୁକାନ୍ତୀ ସାହୁ, ସାଧାରଣ ସମ୍ପାଦକ ତ୍ରିନାଥ ମହାପାତ୍ର, ଉପଦେଷ୍ଟା ନାରାୟଣ ସାହୁ, ପ୍ରମୋଦ କିଶୋର ଗରଡ଼ା, ରଜତ କୁମାର ନାୟକ, କାହ୍ନୁଚରଣ ସାହୁ, ମନୋଜ କୁମାର ପରିଡ଼ା, ଅଖିଳେ ମାଝି  ପ୍ରମୁଖଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories