www.samajalive.in
Saturday, December 13, 2025
26.1 C
Bhubaneswar

କାରାମୁକ୍ତ ହେଲେ ପୂର୍ବତନ ଉପଜିଲାପାଳ ଧିମାନ ଚକମା

ଭବାନୀପାଟଣା: ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଧର୍ମଗଡର ପୂର୍ବତନ ଉପଜିଲାପାଳ ଧୀମନ୍ ଚକମା। ୪୦ ଦିନ ପରେ ଗୁରୁବାର ସେ ଜେଲରୁ ମୁକୁଳିଛନ୍ତି। ଗତ ଜୁନ ୮ ତାରିଖ ଦିନ ହର୍ଷ ବେହେରା ନାମକ ଜଣେ କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଚକମା ଭିଜିଲାନ୍ସ ଦ୍ବାରା ଗିରଫ ହେଇଥିଲେ।

ଭିଜିଲାନ୍ସର ଖୋଳତାଡ ବେଳେ ଉପଜିଲାପାଳଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଭିଜିଲାନ୍ସ ଠାବ କରିଥିଲା। ଏହି ମାମଲାରେ ଗିରଫ ପରେ ସ୍ଥାନୀୟ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜୁନ ୯ ତାରିଖ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେହି ଦିନଠାରୁ ସେ ଜିଲା କାରାଗାରରେ ରହିବା ପରେ ହାଇକୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଥିଲେ। ହେଲେ ପରେ ପାସପୋର୍ଟ ଜମାକୁ ନେଇ କିଛି ସଂଶୋଧନ ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଜଣେ ଜମିନାଦାରଙ୍କ ଦ୍ଵାରା ୫ ଲକ୍ଷ ଟଙ୍କାର ବଣ୍ଡ ଦାଖଲ ପରେ ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ  ଚକମା ଜେଲରୁ ବାହାରିଥିଲେ। ଜେଲରୁ ବାହାରକୁ ଆସିବା ପରେ ସେ ସମ୍ଭବତଃ ଭୁବନେଶ୍ୱର ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଜିଲାରେ ଜଣେ ଆଇଏଏସ ଲାଞ୍ଚନେଇ ଗିରଫ ହେବା ପ୍ରଥମ ଘଟଣା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories