www.samajalive.in
Saturday, December 6, 2025
26.1 C
Bhubaneswar

କାଉ ମିଳନ ଦେଖିଲେ ବୋଲି…

ଜୟପୁର : ଆଜି ବି ବଞ୍ଚିଛି ଅନ୍ଧ ବିଶ୍ଵାସ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତରେ ଏଭଳି କିଛି ଅଭୁତ ଦୃଶ୍ୟ ଦେଖିବାକୁ ମିଳିଛି। କାଉ ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ପ୍ରଥମେ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଗାଁରେ ଘୋଷଣା କରାଯାଇଥିଲା। ପରେ ମଣିଷର ମୃତ୍ୟୁ ପରେ ଯେଭଳି ମୃତଦେହକୁ ମଶାଣିକୁ ନିଆଯାଏ। ଠିକ୍ ସେପରି ମୃତଦେହ ବଦଳରେ କୋକେଇରେ ଉକ୍ତ ଯୁବକଙ୍କ କୁଶ ପୁତ୍ତଳିକା ନିଆଯାଇଥିଲା। ଆଉ ମଶାଣିରେ ଅନ୍ତିମ ସଂସ୍କାର ବି କରାଯାଇଥିଲା। ଶୁଦ୍ଧିକ୍ରୀୟା ସମ୍ପନ୍ନ ପରେ ପରିବାର ଲୋକେ ପିତା ଖାଇଥିଲେ। ଏସବୁ କ୍ରୀୟା ସମ୍ପନ୍ନ ପରେ ଦୁଇ ଯୁବକଙ୍କୁ ଗାଁକୁ ଅଣାଯାଇଥିଲା। କାଉଙ୍କ ମିଳନ ଦେଖିବା ଅତ୍ୟନ୍ତ ଅଶୁଭ। ଏସବୁ ଦୃଶ୍ୟ ଦେଖିଥିବା ଲୋକର ମୃତ୍ୟୁ ଘଟେ, ଯାହା ଆଦିବାସୀ ସମାଜର ବିଶ୍ଵାସ ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories