www.samajalive.in
Sunday, December 14, 2025
16.1 C
Bhubaneswar

ଭାରତର ଯୁଦ୍ଧ କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ: ମୋଦୀ

ଯୋଧପୁର : ଭାରତର ଲଢ଼େଇ କାଶ୍ମୀର ପାଇଁ ଉଦ୍ଦିଷ୍ଟ, ଏହା କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ବୋଲି ଦର୍ଶାଇ ପୁଲୱାମା ଆକ୍ରମଣ ପରେ କାଶ୍ମୀରବାସୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିନ୍ଦା କରିଛନ୍ତି। ରାଜସ୍ଥାନର ଟୋଙ୍କଠାରେ ଏକ ନିର୍ବାଚନୀ ଶୋଭାଯାତ୍ରାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କାଶ୍ମୀରବାସୀ ମଧ୍ୟ ଆତଙ୍କବାଦର ଶିକାର ହୋଇଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ। ଆତଙ୍କବାଦ ବିରୋଧୀ ଅଭିଯାନରେ ସେମାନଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ। କାଶ୍ମୀର ଯୁବପୀଢ଼ିଙ୍କ ସହିତ ଗତ କିଛି ଦିନ ହେବ ଯାହା ଘଟିଯାଇଛି ତାହା କେବଳ ଆତଙ୍କବାଦ ଘଟାଉଥିବା ସଂଗଠନ ତଥା ଏହାର ସମର୍ଥନକାରୀଙ୍କୁ ଶକ୍ତି ଯୋଗାଇବ। ଏଣୁ ପ୍ରତ୍ୟେକ କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଇବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ହେବା ଉଚିତ। ଆତଙ୍କବାଦ ବିରୋଧୀ ଅଭିଯାନରେ କାଶ୍ମୀରର ପ୍ରତ୍ୟେକ ସନ୍ତାନ ଭାରତ ସହିତ ରହିଛନ୍ତିି ବୋଲି ମୋଦୀ ଦର୍ଶାଇଛନ୍ତି।
ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ ମୋଦୀ କହିଛନ୍ତି, ନୂତନ ଭାରତର କୌଣସି ବ୍ୟକ୍ତି ଆତଙ୍କବାଦ ବିରୋଧରେ ପାକିସ୍ତାନର ନୈରାଶ୍ୟଜନକ କାର୍ଯ୍ୟାନୁଷ୍ଠାନକୁ ଆଉ ସହ୍ୟ କରି​‌େ​‌ବ ନାହିଁ। ମୋଦୀ କହିଛନ୍ତି, ଇମ୍ରାନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଏକ ପ୍ରୋଟୋକଲକ୍ରମେ ତାଙ୍କୁ ସେ ଭାରତ ଆମନ୍ତ୍ରଣ କରିଥିଲେ। ଦୁଇ ଦେଶ ଆଉ ବିବାଦରେ ଲିପ୍ତ ନ ରହି ଉଭୟ ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତା ହଟାଇବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଇମ୍ରାନଙ୍କୁ ସେ ପରାମର୍ଶ ଦେଇଥିଲେ। ଇମ୍ରାନ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ଇମ୍ରାନ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଏବେ ଆସିଛି ବୋଲି ମୋଦୀ କହିଛନ୍ତି। ଅନ୍ୟପଟେ ମୋଦୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମୋଦୀ କାଶ୍ମୀରବାସୀଙ୍କ ମନର କଥା କହିଦେଲେ ବୋଲି ଉଲ୍ଲେଖ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories