ସମାଜ ଡିଜିଟାଲ ଡେସ୍କ: ରୁଷରେ ବଡ଼ ଧରଣର ଭୂମିକମ୍ପ ଫଳରେ ରୁଷ ଏବଂ ଜାପାନ ଉପକୂଳରେ ସୁନାମୀ ମାଡ଼ ହୋଇଛି। ଫଳରେ ଉପକୂଳଠାରୁ ଭୂପୃଷ୍ଠ ମଧ୍ୟକୁ ଅନେକ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଜଳ ମାଡ଼ି ଆସିଛି। ଏହା ସହିତ କିଛି ତିମି ମାଛ ଉପକୂଳକୁ ଚାଲିଆସିଥିବା ଦେଖିବାକୁ ମିଳିଛି। ସାଟେଲାଇଟରୁ ନିଆଯାଇଥିବାରୁ ଚିତ୍ରରେ ୪ଟି ତିମି ଉପକୂଳକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି।
ରୁଷର କାମଚାତକା ପେନିନସୁଲାରେ ଗଭୀର ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଥିଲା। ହୋକାଏଡୋଠାରୁ ୨୫୦ କିମି ଦୂର ସମୁଦ୍ର ଭିତରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଏହା ବିଶ୍ଵର ପର୍ଯ୍ୟନ୍ତ ସବୁଠୁ ୬ଷ୍ଠ ବଡ଼ ଭୂମିକମ୍ପ ବୋଲି ଆମେରିକୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ବୈଜ୍ଞାନିକମାନେ କହିଛନ୍ତି। ଭୂକମ୍ପ ଯୋଗୁ ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଥିଲା। ଭାରତୀୟ ସମୟ ବୁଧବାର ପୂର୍ବାହ୍ନରେ ଜାପାନ ଏବଂ ରୁଷ ଉପକୂଳରେ ସୁନାମୀ ମାଡ଼ ହୋଇଛି।
JUST IN: At least 4 whales have washed up along the coast of Japan, hours after 8.8 earthquake pic.twitter.com/t9siMZDHFS
— BNO News Live (@BNODesk) July 30, 2025
ପ୍ରଥମ ପର୍ଯ୍ୟାୟରେ ଆସିଥିବା ସୁନାମୀ ଛୋଟ ଧରଣର ବୋଲି ଜଣାପଡ଼ିଛି। କିନ୍ତୁ ଏହା ପରେ ବଡ଼ ଧରଣର ସୁନାମୀ ଆସିପାରେ ବୋଲି ଜାପାନର ଜାତୀୟ ବ୍ରଡକାଷ୍ଟର ଏନଏଚକେ ପକ୍ଷରୁ ସତର୍କ କରାଯାଇଛି। ଉତ୍ତର ଏବଂ ପୂର୍ବାଞ୍ଚଳ ଉପକୂଳରେ ୩ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ସ୍ଥଳଭାଗକୁ ଆସିପାରେ ବୋଲି ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ଚେତାବନୀ ଦିଆଯାଇଛି।
रूस के सुदूर पूर्वी क्षेत्र कामचटका प्रायद्वीप में 8.7 तीव्रता का शक्तिशाली भूकंप, अमेरिका से जापान तक सुनामी की चेतावनी जारी#earthquake #tsunami #Russia #Japan #Hawaii #Alaska pic.twitter.com/4SyMnhKMPe
— डीडी न्यूज़ (@DDNewsHindi) July 30, 2025
ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ହେବାକୁ ଥିବା ଉଭୟ ରୁଷ ଏବଂ ଜାପାନର ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
Animals are more smart than us.
The 5 beluga whales on the shore of Kamchatka, Russia. Local fishermen rushed to help, keeping them safe and cool for hours. When the tide returned, all five swam back to the ocean after the earthquake. #Tsunami #RussiaTsunami #Whales pic.twitter.com/Zw2k9rTIUe
— Tejash (@BBKNewsEnglish) July 30, 2025



