www.samajalive.in
Saturday, December 6, 2025
17.1 C
Bhubaneswar

୨୫ପ୍ରତିଶତ ଟିକସ ଲଗାଇ ପାରେ ଆମେରିକା

ନୂଆଦିଲ୍ଲୀ: ଯଦି ଭାରତ ଉପରେ ୨୫ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆମେରିକା ଲଗାଏ, ତେବେ ରପ୍ତାନି ହାର ବୃଦ୍ଧି ପାଇବ କି? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଯେଉଁ ଇସାରା ଦେଇଛନ୍ତି ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ତଥାପି ସେ ଏହାକୁ ଏକ ଚୂଡାନ୍ତ ନିଷ୍ପତ୍ତି ବୋଲି କହିନାହାଁନ୍ତି । କିନ୍ତୁ ଯଦି ଭାରତ ଉପରେ ୨୫ପ୍ରତିଶତ ଟିକସ ଲଗାଯାଏ, ତେବେ ଦେଶର ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡିବ ତାହା ଉପରେ ଆଲୋଚନା ଜାରି ରହିଛି ।
ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ କୁହାଯାଉଛି ଯେ ଆମେରିକା ଭାରତ ଉପରେ ଶୁକ୍ଳ ଲଗାଇପାରେ । ଏକ ରିପୋର୍ଟ ଅନୁସାରେ ଗଣମାଧ୍ୟମରେ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା ଯେ  କଣ ଭାରତ ଉପରେ ଟିକସ ଲଗାଯିବ କି? ଯାହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଭାରତ ଆମର ବନ୍ଧୁ, ସେମାନେ ମୋ ପରାମର୍ଶରେ ପାକିସ୍ତାନ ସହିତ ଯୁଦ୍ଧ ବନ୍ଦ କରିଛନ୍ତି । ଆମ ସମ୍ପର୍କରେ କୌଣସି ମତଭେଦ ହୋଇନାହିଁ କିନ୍ତୁ ଭାରତକୁ ମଧ୍ୟ ଶୁକ୍ଳ ନୀତି ଅଧୀନକୁ ଆସିବାକୁ ପଡିବ । ହେଲେବି ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ । ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଗତ କିଛି ବର୍ଷ ଧରି ଅନେକ ଦେଶ ଅପେକ୍ଷା ଆମେରିକୀୟ ସାମଗ୍ରୀ ଉପରେ ସର୍ବାଧିକ ଶୁକ୍ଳ ଲଗାଇଛି ।
୨୫ପ୍ରତିଶତ ଶୁକ୍ଳ ଲାଗିବା ଦ୍ୱାରା ଭାରତରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହୋଇପାରେ । ବୟନଶିଳ୍ପ ଓ ପୋଷାକ କ୍ଷେତ୍ର, ଅଳଙ୍କାର, ବିଳାସପୂର୍ଣ୍ଣ ଅଳଙ୍କାର ସବୁ, ବାସୁମତୀ ଚାଉଳ, ମସଲା ଏବଂ ଚା-କଫି ଭଳି ଜୈବିକ ଓ କୃଷି ଉତ୍ପାଦ ମହଙ୍ଗା ହେବ । ବ୍ୟାଗ ଏବଂ ଜୋତା ଭଳି ଚମଡା ଉତ୍ପାଦ ମଧ୍ୟ ମହଙ୍ଗା ହୋଇପାରେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories