www.samajalive.in
Friday, December 5, 2025
27.1 C
Bhubaneswar

ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ପିଅନପଡାରେ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ ଜନକ ଭାବେ ଜଣେ ୧୦ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି। ଆଜି ସକାଳେ ନିଜ ଘର କବାଟରେ ଝୁଲନ୍ତା ଅବସ୍ଥାରେ ତାର ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଝିଅଟିର ବାପା ମାଆ କେହି ଘରେ ନଥିବାବେଳେ ଏଭଳି ଅଘଟଣ ଘଟିଥିଲା। ପରେ ପରିବାର ଲୋକେ ଘରକୁ ଆସି ଝୁଲନ୍ତା ଅବସ୍ଥାରେ ଝିଅଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ତୁରନ୍ତ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଫୁଲବାଣୀ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କେହି ନାବାଳିକାଟିକୁ ହତ୍ୟା କରି ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories