www.samajalive.in
Friday, December 5, 2025
27.1 C
Bhubaneswar

୭୦ ବର୍ଷୀୟ ବୃଦ୍ଧଙ୍କୁ କାମୁଡି କାମୁଡି ଜୀବନ ନେଲେ ବୁଲା କୁକୁର

ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡିଗେହଲ୍ଲୀରୁ ଏକ ଭୟଭୀତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ରବିବାର ନିଜ ଘରେ ବାହାରେ ଭ୍ରମଣ କରୁଥିବା ସମୟରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଉପରେ କିଛି ବୁଲା କୁକୁରର ଦଳ ହଠାତ୍‌ ଆକ୍ରମଣ କରିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବାନୁସାରେ ରାତିରେ ନିଦ ନହେବାରୁ ବୃଦ୍ଧ ଜଣକ ବାହାରେ ଚଲାବୁଲା କରୁଥିଲେ । ହଠାତ୍‌ ସେହି ସମୟରେ ପ୍ରାୟ ୮ ରୁ ୧୦ଟି କୁକୁର ତାଙ୍କ ଉପରେ ଆକ୍ରମଣ କରିଥିଲେ । ବୃଦ୍ଧଙ୍କ ହାତ, ଗୋଡ ଓ ମୁହଁରେ ଗଭୀର କ୍ଷତ ହୋଇଥିଲା । ବୃଦ୍ଧଙ୍କ ଚିତ୍କାର ଶୁଣିବା ମାତ୍ରେ ପରିବାର ଲୋକେ ବାହାରକୁ ଆସି ତାଙ୍କୁ ରକ୍ଷା କରିବା ସହ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କୋଡିଗେହଲ୍ଲୀ ପୁଲିସ ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ପୁଲିସ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରୁଛି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପଚରାଉଚରା କରୁଛି । ଏହି ଘଟଣା ସାରା ଦେଶରେ ବୁଲା କୁକୁରଙ୍କ ଆକ୍ରମଣର ଚିନ୍ତାଜନକ ବୃଦ୍ଧିକୁ ଦର୍ଶାଇଛି ।
କିଛି ସପ୍ତାହ ପୂର୍ବରୁ କର୍ଣ୍ଣାଟକର ଓଲ୍ଡ ହୁବଲୀର ଶିମଲା ନଗର ଅଞ୍ଚଳରେ ଏକ ୩ ବର୍ଷ ଶିଶୁ ଉପରେ ମଧ୍ୟ ବୁଲା କୁକୁର ଆକ୍ରମଣ କରିଥିଲେ । ଆକ୍ରମଣର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବୃହତ ବେଙ୍ଗାଲୁରୁ ମ୍ୟୁନିସିପାଲ କାଉନସିଲ (ବିବିଏମପି) ସମ୍ପ୍ରତି ବେଙ୍ଗାଲୁରୁରେ ପ୍ରତିଦିନ ୪,୦୦୦ ରୁ ୫,୦୦୦ ବୁଲା କୁକୁରଙ୍କୁ ଖାଇବାକୁ ଦେବା ପାଇଁ ୨.୯ କୋଟି ଟଙ୍କାର ଏକ ପ୍ରକଳ୍ପ ଆରମ୍ଭ କରିଛି। ଏହି ଯୋଜନା ଅଧୀନରେ, ବିବିଏମପି ବୁଲା କୁକୁରମାନଙ୍କୁ ଚିକେନ୍‌, ଭାତ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ତିଆରି ରନ୍ଧା ଖାଦ୍ୟ ଯୋଗାଇବାକୁ ଯୋଜନା କରୁଛି। ଏହାର ଲକ୍ଷ୍ୟ ହେଉଛି କୁକୁରମାନଙ୍କର ଆକ୍ରମଣାତ୍ମକ ଆଚରଣ ହ୍ରାସ କରିବା।

ବଡ ଖୁସି ନେଇ ଆସୁଛି ଅଗଷ୍ଟ.. ଗ୍ରହଙ୍କ ମହାଚଳନ: ଧନର ଗଦିରେ ଶୋଇବେ ଏହି ରାଶି, ହଠାତ୍‌ ହେବେ କୋଟିପତି, ମିଳିବ ଏସବୁ ସଫଳତା..

- Advertisement -

 

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories