www.samajalive.in
Saturday, December 6, 2025
16.1 C
Bhubaneswar

ଜୀବନରେ ସବୁଠି ବିଫଳ ହେଲି-ଏମିତି ଲେଖି ସାତ ମହଲାରୁ ଡେଇଁପଡିଲେ ଆଇଟି ଇଞ୍ଜିନିୟର

ସମାଜ ଡିଜିଟାଲ ଡେସ୍କ: ଜୀବନରେ ସବୁଠି ବିଫଳ ହୋଇଥିଲେ । କୌଣସି ଉପାୟ ନପାଇ ଅଫିସରେ ହିଁ ଆତ୍ମହତ୍ୟା କରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁଣେର ହିଞ୍ଜୱାଡି ଅଞ୍ଚଳରେ । ଏକ ଆଇଟି କମ୍ପାନୀରେ କାମ କରୁଥିବା ଜଣେ ୨୩ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୋମବାର ସକାଳ ପ୍ରାୟ ୧୦.୩୦ମିନିଟରେ ଏହି ଘଟଣା ଘଟିଥିଲା । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାସିକର ପୀୟୁଷ ଅଶୋକ କୱାଡେ । ଗତ ଦେଢ ବର୍ଷ ହେବ ସେ ଏଟଲସ୍‍ କପକୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ।
ଅଫିସରେ ସବୁଦିନ ଭଳି କାମ ଚାଲିଥିବା ବେଳେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ପୀୟୁଷ ଘଟଣା ଦିନ ଏକ ବୈଠକରେ ଯୋଗ ଦେଉଥିଲେ, ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ବୈଠକ ଛାଡି ଚାଲି ଯାଇଥିଳେ । କେହି ଭାବିନଥିଲେ ଯେ ମାତ୍ର କିଛି ମିନିଟ୍‍ ମଧ୍ୟରେ ସେ ଏତେ ବଡ ପଦକ୍ଷେପ ନେବେ । ଯେତେବେଳେ ଅଫିସରେ ଥିବା ଲୋକମାନେ ତାଙ୍କୁ କୋଠାରୁ ତଳକୁ ପଡିବାର ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତୁରନ୍ତ ପୁଲିସକୁ ଖବର ଦେବାରୁ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତ୍ୟୁ ପୂର୍ବରୁ ପୀୟୁଷ ଏକ ହାତ ଲେଖା ଚିଠି ଲେଖିଥିଲେ । ଯାହାକୁ ପୁଲିସ ଜବତ କରିଛି । ସେଥିରେ ଲେଖା ଅଛି’ ମୁଁ ଜୀବନରେ ସବୁଠି ବିଫଳ ହୋଇଛି । ଦୟାକରି ମୋତେ କ୍ଷମା କରନ୍ତୁ’’ । ସେ ତାଙ୍କ ବାପାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଛାଡିଥିଲେ । ଯେଉଁଥିରେ ପୀୟୁଷ କହିଥିଲେ ଯେ ସେ ତାଙ୍କ ଯୋଗ୍ୟ ପୁଅ ନୁହଁନ୍ତି ଏବଂ ତାଙ୍କ ପଦକ୍ଷେପ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।
ହାତଲେଖା ଚିଠିରୁ ଜଣାପଡିଛି ଯେ ପୀୟୁଷ ଭିତରୁ ଭାଙ୍ଗି ପଡିଥିଲେ, ଏବଂ ଜୀବନରେ ଅସଫଳ ଅନୁଭବ କରୁଥିଲେ । ଚିଠିରେ କୌଣସି ସ୍ଥାନରେ ଚାକିରି ସମ୍ବନ୍ଧୀୟ ସମସ୍ୟା କିମ୍ବା ଅଫିସ ଚାପ ବିଷୟରେ ଉଲ୍ଲେଖ କରିନଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପୀୟୁଷଙ୍କ ମୃତ୍ୟୁ ପରେ ମାନସିକ ଚାପ ଏବଂ ଅବସାଦ ଭଳି ସମସ୍ୟା ପୁଣି ଥରେ ସାମ୍ନାକୁ ଆସିଛି । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏଭଳି କାହିଁକି ଘଟୁଛୁ ତାହା ସବୁଠୁ ବଡ ପ୍ରଶ୍ପବାଚୀ । ତେବେ ଅନେକ ସମୟରେ ଲୋକମାନେ ନିଜର ଭାବନା ଏବଂ ସମସ୍ୟା କାହା ସହିତ ସେୟାର କରନ୍ତି ନାହିଁ । ବାହାରକୁ ସବୁକିଛି ଠିକ୍‍ ଦେଖାଯାଏ, କିନ୍ତୁ ଭିତରେ ଜଣେ ବ୍ୟକ୍ତି ବହୁତ କଷ୍ଟ ପାଉଥାଏ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories