www.samajalive.in
Sunday, December 7, 2025
26.1 C
Bhubaneswar

‘ସୈୟାରା’ ପାଇଁ ଆହାନ-ଅନୀତ ପ୍ରଥମ ପସନ୍ଦ ନଥିଲେ, ଜାଣନ୍ତୁ କାହାକୁ ନେଇଥାନ୍ତେ ମୋହିତ ସୁରୀ

ସମାଜ ଡିଜିଟାଲ ଡେସ୍କ: ନିର୍ଦ୍ଦେଶକ ମୋହିତ ସୁରୀଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସୈୟାରା’ ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଭାବରେ ବଲିଉଡରେ ଉଭା ହୋଇଛି । ନବାଗତ ଆହାନ ପାଣ୍ଡେ ଓ ଅନୀତ ପଡ୍ଡା ନିଜର ବଲିଉଡ ଡେବ୍ୟୁ ସହିତ ଦର୍ଶକଙ୍କ ହୃଦୟକୁ ଜିତିପାରିଛନ୍ତି । ଦମଦାର ଅଭିନୟ ସହିତ ଉଭୟ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି ଏହି ଫିଲ୍ମ ପାଇଁ ପ୍ରଥମେ ବଲିଉଡର ଏକ ଲୋକପ୍ରିୟ ବାସ୍ତବ ଜୀବନର ଯୋଡିଙ୍କୁ ନେବାକୁ ଯୋଗାଯୋଗ କରାଯାଇଥିଲା । ଆହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କୁ ଫିଲ୍ମ ଡିରେକ୍ଟରଙ୍କର ପ୍ରଥମ ପସନ୍ଦ ନଥିଲେ । ବରଂ ଅନ୍ୟ ଜଣେ ଲୋକପ୍ରିୟ ଯୋଡିଙ୍କୁ ନେବାକୁ ଚାହୁଁଥିଲେ ନିର୍ଦ୍ଦେଶକ ମୋହିତ ସୁରୀ । ଫିଲ୍ମଟି ବର୍ତ୍ତମାନ ୨୫୦କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିଛି ।
‘ସୈୟାରା’ ସହିତ ବଲିଉଡ ଦୁଇଟଇ ନୂଆ ଚେହେରା ପାଇଲା, ଯିଏକି ପ୍ରଥମ ଫିଲ୍ମରେ ହିଁ ଦର୍ଶକଙ୍କ ମନକୁ ଛୁଇଁପାରିଛନ୍ତି । ଦର୍ଶକମାନେ ଫିଲ୍ମର କାହାଣୀ ଏବଂ ମନୋରମ ସଙ୍ଗିତ ଯୋଗୁ ଫିଲ୍ମ ପ୍ରତି ମୋହିତ ହେଉଛନ୍ତି । କିନ୍ତୁ ନିର୍ଦ୍ଦେଶକ ମୋହିତ ସୁରୀ ଏହି ଫିଲ୍ମ ପାଇଁ ଏକ ରିୟଲ୍‍ ଲାଇଫ୍‍ ବଲିଉଡ ଯୋଡିଙ୍କୁ ନେବାକୁ ଚାହୁଁଥିଲେ ବୋଲି ଜଣାପଡିଛି । ଏକ ରିପୋର୍ଟ ଅନୁସାରେ ବଲିଉଡର ରିୟଲ୍‍ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀଙ୍କଚ କାଷ୍ଟ କରିବାକୁ ଚାହୁଁଥିଲେ ମୋହିତ । ସୈୟାରା ପାଇଁ ମୋହିତଙ୍କ ପ୍ରଥମ ପସନ୍ଦ ଏହି ଯୋଡି ହିଁ ରହିଥିଲେ । ଏହି ଯୋଡି ପୂର୍ବରୁ ‘ଶେରଶାହ’ରେ ଏକ ଭଲ କେମେଷ୍ଟ୍ରି ସେୟାର କରିଥିଲେ, ଯାହା ଦ୍ୱାରା ଫିଲ୍ମଟି ସୁପରହିଟ୍‍ ହେବା ସହ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ନିର୍ମାତା ମାନେ ଏହି ଯୋଡିକୁ ନେବାକୁ ଯୋଜନା କରିଥିଲେ, ହେଲେ କୌଣସି କାରଣ ବଶତଃ କଥାବାର୍ତ୍ତା ଆଗକୁ ବଢିପାରିନଥିଲା ।
‘ସୈୟାରା’ ପ୍ରଯୋଜକ ଆଦିତ୍ୟ ଚୋପ୍ରା ମୋହିତ ସୁରୀଙ୍କୁ କହିଥିଲେ ଯେ ଏହି କାହାଣୀ ସେହି ମୁହଁ ସହିତ କାମ କରିବ ନାହିଁ ଯାହାକୁ ଲୋକମାନେ ପୂର୍ବରୁ ଦେଖିପାରିଛନ୍ତି । ଏହା ଯୁବପୀଢିଙ୍କ କାହାଣୀ । ନୂଆ ମୁହଁକୁ କାଷ୍ଟ କରିଲେ ଚାଲିବ । ନୂଆ ମୁହଁଙ୍କୁ କାଷ୍ଟ କରିବା, ନୂଆ ଚେହେରାଙ୍କୁ ସୁଯୋଗ ଦେବା । ଆଦିତ୍ୟଙ୍କଠାରୁ ଏହା ଶୁଣିବା ପରେ ମୋହିତ କହିଥିଲେ ବର୍ତ୍ତମାନ ବକ୍ସ ଅଫିସ ପରିସ୍ଥିତିରେ ଏତେ ରିକ୍ସ ନେବା କଣ ଠିକ୍‍ ହେବ । ଆଦି ଚୋପ୍ରା କହିଥିଲେ ହଁ ମୁଁ ରିକ୍ସ ନେଇ କରିବି । ପରବର୍ତ୍ତୀ ସମୟରେ ବିଶ୍ୱାସର ଏହି ପଦକ୍ଷେପ ବହୁତ ସଫଳ ପ୍ରମାଣିତ ହୋଇଛି ଏବଂ ଫିଲ୍ମଟି ବକ୍ସ ଅଫିସରେ କମାଲ କରୁଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories