www.samajalive.in
Monday, December 15, 2025
16.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ ମୁଗଡାଲି ମସଲା ଇଟିଲି

ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଦେବାକୁ ପଡିଥାଏ । ବିଶେଷ କରି ସ୍ୱାସ୍ଥ୍ୟକର ଖାଦ୍ୟ ସହ ଖାଦ୍ୟ ପ୍ରତି ଅଣଦେଖା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବାକୁ ପଡିଥାଏ । ଏଭଳି ଏକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଭୋଜନ ବିଷୟରେ ଜାଣନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଏହା ଶୀଘ୍ର ପ୍ରସ୍ତୁତ ହେବା ସହ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ।
ମୁଗଡାଲି ଇଟିଲି
ଆବଶ୍ୟକ ସାମଗ୍ରୀ
ଧୁଆ ମୁଗଡାଲି- ୧ କପ
ରାଶି ତେଲ – ୧ ଚାମଚ
ଜିରା- ଏକ ଚାମଚ
ବୁଟ ଡାଲି -ଅଳ୍ପ
ବିରି ଡାଲି- ଅଳ୍ପ
ଭୃସଙ୍ଗ ପତ୍ର – ଆବଶ୍ୟକ ପରିମାଣରେ
ଅଦାରସୁଣ ବଟା -ଅଳ୍ପ
କୋରା ଗାଜର -ଅଳ୍ପ
କଞ୍ଚାଲଙ୍କା -୨ଟି
ଲୁଣ- ଆବଶ୍ୟକ ପରିମାଣରେ
ହେଙ୍ଗୁ – ସାମାନ୍ୟ
ଧନିଆପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ- ମୁଗ ଡାଲି ମସଲା ଇଟିଲି ପ୍ରସ୍ତୁତ କରିବା ପାଇଁ ୨ ଘଣ୍ଟା ପୂର୍ବରୁ ହଳଦିଆ ମୁଗକୁ ବତୁରାଇ ରଖି ଦିଅନ୍ତୁ । ୨ ଘଣ୍ଟା ପରେ ଏହାକୁ ଭଲ ଭାବେ ପେଷି ଦିଅନ୍ତୁ । ଏଥିରେ ଦହି ପକାଇ କିଛି ସମୟ ରଖି ଦିଅନ୍ତୁ । ଏବେ କଡେଇରେ ରାଶି ତେଲ ପକାଇ ଏଥିରେ ଅଳ୍ପ ଜିରା ପକାନ୍ତୁ । ଏହାପରେ ଚଣାଡାଲି, ବିରି ଡାଲି, ଭୃସଙ୍ଗ ପତ୍ର,ଗାଜର ପକାଇ ଭାଜନ୍ତୁ । ଏବେ ଏହାକୁ ରଖିଥିବା ମିଶ୍ରଣରେ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଲୁଣ, ଧନିଆପତ୍ର, ହେଙ୍ଗୁ ପକାନ୍ତୁ । ଏବେ ଗ୍ୟାସ ଲଗାଇ ଇଟିଲି ଛାଞ୍ଚରେ ସାମାନ୍ୟ ତେଲ ଲଗାଇ ଏହି ମିଶ୍ରଣକୁ ପକାଇ ୧୦ ରୁ ୧୨ ମିନିଟ୍‌ ଗ୍ୟାସ୍‌ରେ ବସାଇ କାଢି ଦିଅନ୍ତୁ । ଏହାକୁ ମନପସନ୍ଦର ଚଟଣି ସହ ଖାଆନ୍ତୁ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories