www.samajalive.in
Saturday, December 6, 2025
15.1 C
Bhubaneswar

ଛାତ୍ରୀ ନିବାସର ଅରିତିକ୍ତ କୋଠରୀରେ ଅଛନ୍ତି ଠିକା ଶ୍ରମିକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରୀନିବାସର ଅତିରିକ୍ତ କୋଠରୀରେ ଠିକା ଶ୍ରମିକ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ଶ୍ରମିକ ମାନେ ବିଦ୍ୟାଳୟ ପରିସରରେ ନୂତନ କୋଠା ନିର୍ମିତ କରୁଥିବାରୁ ସେମାନଙ୍କୁ ଆଶ୍ରମର ଗୃହର ଅତିରିକ୍ତ ଘରେ ରଖାଯାଇଛି। ନିକଟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରାୟ ୧୦୦ଜଣ ଛାତ୍ରୀମାନେ ରହୁଥିବା ନଜରକୁ ଆସିଛି। ବର୍ତ୍ତମାନ ରାଜ୍ୟରେ ନାରୀ ନିର୍ଯାତନା, ହତ୍ୟା, ଗର୍ଭବତୀ ଭଳି ଖବର ବାରମ୍ବାର ପ୍ରଚାର ପ୍ରସାର ହେଉଛି। ଏବିଷୟରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ କିଛି ଦିନ ମଧ୍ୟରେ ସେମାନଙ୍କୁ ବାହାର କରି ଦେବି ବୋଲି ଗଣମାଧ୍ୟମକୁ ପ୍ରକାଶ କରିଥିଲେ। କିନ୍ତୁ ଆଜକୁ ପ୍ରାୟ ୧୨ଦିନ ହେବ ସେହି ଠିକା ଶ୍ରମିକମାନଙ୍କୁ ଆଶ୍ରୟ ଦେଇଛନ୍ତି। ଉକ୍ତ ଶ୍ରମିକ ମାନେ କାର୍ଯ୍ୟ ସାରି ନିଶାସକ୍ତ ଅବସ୍ଥାରେ ରହୁଛନ୍ତି। କେତେବେଳେ କୌଣସି ଅପ୍ରୀତିକର ଘଟଣା ଘଟିଲେ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଶ୍ରମିକମାନଙ୍କୁ ବାହାରେ ରଖି କାର୍ଯ୍ୟ କରାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ପୁଣି କମିଲା ସୁନା; ଲକ୍ଷେ ତଳକୁ ଖସିଲା ଦାମ୍‌, ଦିନକରେ ଏତିକି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories