www.samajalive.in
Saturday, December 6, 2025
15.1 C
Bhubaneswar

ବିଧାୟକଙ୍କ ଅହୋରାତ୍ର ଧାରଣା

ବାସୁଦେବପୁର : ଜାମୁଝାଡିଠାରୁ ଧାମରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥିକରଣ, ଏହି ରାସ୍ତାରେ ତିନିଗୋଟି ବାଇପାସ ରାସ୍ତା ନିର୍ମାଣ ଓ ଧାମରା ବନ୍ଦରରେ ଶିକ୍ଷିତ ବେକାରମାନଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ସମେତ ବାସୁଦେବପୁରବାସୀଙ୍କ ଅହୋରାତ୍ର ଧାରଣା ଜାରି ରହିଛି । ଏହି ଧାରଣାକୁ ନେଇ ଆଜି ବନ୍ଦରକୁ ଯାତାୟାତ କରୁଥିବା ସମସ୍ତଯାନ ବନ୍ଦ ରହିଛି । ଘଟଣାର ସମାଧାନ ପାଇଁ  ସମାଧାନର ସୁତ୍ର ବାହାର କରିବାରେ ଲାଗିପଡିଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ବାସୁଦେବପୁର ବିଧାୟକ ତଥା ବିରୋଧୀ କଂଗ୍ରେସ ଦଳର ଉପନେତା ଅଶୋକକୁମାର ଦାସଙ୍କ ସହିତ ଜିଲ୍ଲାପାଳ ଦିଲ୍ଲିପକୁମାର ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବ୍ଲକ ସଭା ଗୃହରେ ଆଲୋଚନା ଜାରି ରହିଛି । ଦୀର୍ଘ ଦୁଇଘଣ୍ଟା ଧରି ଆଲୋଚନା ଜରିଆରେ ସମାଧାନର ସୁତ୍ର ଖୋଜୁଛି ପ୍ରଶାସନ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories