www.samajalive.in
Friday, December 5, 2025
20.1 C
Bhubaneswar

ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ହେବେ ବୁମେରାଂ-ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ:  ମୋହନ ସରକାରଙ୍କୁ ଭାଙ୍ଗିବାକୁ ବିରୋଧୀ ଆଣିବେ କି ଅନାସ୍ଥା ପ୍ରସ୍ତାବ । ତେବେ ଏଭଳି ଚର୍ଚ୍ଚା ଭିତରେ ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ । ବିଜେଡି, କଂଗ୍ରେସ ୪୦ବର୍ଷର ହିସାବ ନେଇକି ଆସନ୍ତୁ । ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ । ଆମେ ଗୋଟିଏ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟ ସରକାରରେ ରହି କ’ଣ କରିଛନ୍ତି ଏବଂ ଆମେ ବର୍ଷକରେ କଣ କାମ କରିଛୁ ତାହାର ରିପୋର୍ଟ ଦେବୁ ବୋଲି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସୁରେଶ ପୂଜାରୀ ।
ସୂଚନା ଅନୁସାରେ ଗତକାଲି ବିଜେପି ସରକାରଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ନାରୀଙ୍କୁ ନ୍ୟାୟ ପାଇଁ ଯଦି ବିଜେଡି ଲଢୁଛି ତେବେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ସମର୍ଥନ ଦେବୁ ବୋଲି କହିଥିଲେ ଭକ୍ତ ଦାସ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories