www.samajalive.in
Saturday, December 6, 2025
16.1 C
Bhubaneswar

ଅବତାର-୩ର ପ୍ରଥମ ଝଲକ, ହଲରେ ଏହି ଦିନ ରିଲିଜ ହେବ ଟ୍ରେଲର

ସମାଜ ଡିଜିଟାଲ ଡେସ୍କ: ହଲିଉଡ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ପ୍ରଯୋଜକ ଜେମ୍ସ କ୍ୟାମେରନ୍‍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର: ଫାୟାର ଆଣ୍ଡ ଆଶ୍‍’ରେ ପାଣ୍ଡୋରାର ପରବର୍ତ୍ତୀ କାହାଣୀ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ଅବତାର-୩ର ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ପୋଷ୍ଟରରେ ଫିଲ୍ମର ଖଳନାୟକ ‘ଭାରଙ୍ଗ’ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହାସହିତ ଏହାର ଟ୍ରେଲର ମଧ୍ୟ କେବେ ରିଲିଜ ହେବ ତାହା ମଧ୍ୟ ନିର୍ମାତା ଘୋଷଣା କରିଛନ୍ତି । ଏହାର ବଜେଟ୍‍ ୨୫କୋଟି ଆମେରିକୀୟ ଡଲାର ଅର୍ଥାତ୍‍ ୨୧,୫୬,୨୮,୫୮,୭୫୦ ଭାରତୀୟ ଟଙ୍କା ବୋଲି କୁହାଯାଉଛି ।
‘ଅବତାର’ ଫ୍ରାଞ୍ଚାଇଜର ଏହି ନୂତନ ଅଧ୍ୟାୟ ଚଳିତ ବର୍ଷ ମୁକ୍ତିଲାଭ କରିବ । ଆସନ୍ତା ଡିସେମ୍ବର ୧୯ରେ ବିଶ୍ୱବ୍ୟାପୀ ‘ଅବତାର-୩’ ମୁକ୍ତିଲାଭ କରିବାକୁ ଥିବାରୁ ଫ୍ୟାନ୍ସମାନେ ଉକ୍ରଣ୍ଠାର ସହିତ ଏହାକୁ ଅପେକ୍ଷା କରିଛନ୍ତି । ‘ଅବତାର-୩’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହାକି ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି । ପ୍ରଥମ ପୋଷ୍ଟରରେ ଖଳନାୟକ ‘ଭାରଙ୍ଗ’ଙ୍କ ମୁହଁ(ଫେସ୍‍) ଦେଖିଯାଇଛି । ଏହି ଚରିତ୍ରରେ ଔନା ଚାପଲିନ୍‍ ଅଭିନୟ କରୁଛନ୍ତି । ଭାରଙ୍ଗଙ୍କୁ ମାଙ୍ଗକ୍ୱାନ୍‍ ବଂଶ ବା ଆଶ୍‍ ପିପୁଲର ନେତା ବୋଲି କୁହାଯାଇଛି । ଯିଏକି ନାଭି ଜ୍ୱାଳାମୁଖୀ ନିକଟସ୍ଥ ଅଗ୍ନିମୟ ଅଞ୍ଚଳରେ ବାସ କରନ୍ତି, ଯାହା ପାଣ୍ଡୋରାର ପରିବେଶରେ ଏକ ନୂତନ ପରିମାଣ ଯୋଡିଥାଏ । ଭାରଙ୍ଗଙ୍କ ଚରିତ୍ର କାହାଣୀରେ ଏକ ଅନନ୍ୟ ମୁସ୍କିଲ ଯୋଡିବାକୁ ପ୍ରସ୍ତୁତ ହୋଇଛି ।
ନିର୍ମାତାମାନେ ପ୍ରଥମ ପୋଷ୍ଟର ରିଲିଜ କରି କହିଛନ୍ତି ଜୁଲାଇ ୨୫ରେ ହଲରେ ଏହାର ଟ୍ରେଲର ରିଲିଜ ହେବ । ଏକ୍ସରେ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଅବତାର:ଫାୟାର ଆଣ୍ଡ ଆଶ୍‍’ରେ ଭାରଙ୍ଗଙ୍କୁ ଭେଟନ୍ତୁ । ଏହା ସହିତ ଏହି ସପ୍ତାହରେ ହଲରେ ଏହାର ଟ୍ରେଲର ଦେଖିବାକୁ ଭୁଲନ୍ତୁ ନାହିଁ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories