www.samajalive.in
Saturday, December 6, 2025
15.1 C
Bhubaneswar

ରିଲ୍ସ କଲେ ମିଳିବ ୨ ଲକ୍ଷ ! ସରକାରଙ୍କ ବଡ ଘୋଷଣା..

ନୂଆଦିଲ୍ଲୀ : ଆପଣଙ୍କୁ ରିଲ୍ସ କରିବା ପସନ୍ଦ କି? ତେବେ ଆପଣଙ୍କ ପାଇଁ ବଡ ଖୁସି ଖବର । ରିଲ୍ସ କରିବା, ବ୍ଲଗିଙ୍ଗ୍‌ କରିବାକୁ ପସନ୍ଦ ଥିଲେ ଏଣିକି ଟଙ୍କା ରୋଜଗାର କରିବା ପାଇଁ ବଡ ସୁଯୋଗ ପାଇ ପାରିବେ । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ହେବା ପରେ ନୂଆ କଣ୍ଟେଷ୍ଟ ଲଞ୍ଚ କରିଛନ୍ତି । ଯେଉଁଥିରେ କଣ୍ଟେଣ୍ଟ କ୍ରିଏଟରଙ୍କୁ ୧୫,୦୦୦ ଟଙ୍କାର ନଗଦ ପୁରସ୍କାର ମିଳିବ । ସରକାର ଏହି କଣ୍ଟେଷ୍ଟ ନାମ ‘A Decade of Digitla India- Reel Contest’ ରଖିଛନ୍ତି । ଜାଣନ୍ତୁ ଏହା ବିଷୟରେ..

ମୋଦୀ ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ୍‌ର ୧୦ ବର୍ଷ ପୂରଣ ହେବା ପରେ ଏହି ସ୍କିମ୍‌ ଲଞ୍ଚ କରିଛନ୍ତି । ଏଥିରେ କ୍ରିଏଟରଙ୍କୁ ଡିଜିଟାଲ ଇଣ୍ଡିଆ କାରଣରୁ ଜୀବନରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଇ କଣ୍ଟେଣ୍ଟ କରିବାକୁ ପଡିବ । ଡିଜିଟାଲ ଇଣ୍ଡିଆ ମିଶନ କାରଣରୁ ଅନ୍‌ଲାଇନ୍‌ ସେବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଟଙ୍କା ସହ ଜଡିତ ମେସେଜ୍‌ ଆଦିରେ ହେଉଥିବା ପରିବର୍ତ୍ତନ ସହ ଜଡିତ ଘଟଣାକୁ ନେଇ ରିଲ୍ସ କରି ଅପଲୋଡ୍‌ କରି ପାରିବେ । ଯେତେ କ୍ରିଏଟିଭ୍‌ ରିଲ୍ସ ପ୍ରସ୍ତୁତ କରିବେ, କଣ୍ଟେଷ୍ଟ ଜିତିବାର ସମ୍ଭାବନା ସେତେ ଅଧିକ ରହିବ ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଏକାଠି ହେବେ ବୃହସ୍ପତି-ଶୁକ୍ର, ଏହି ରାଶି ହେବେ ମାଲାମାଲ୍‌, ବିବାହ ଠାରୁ ଚାକିରି ସବୁଥିରେ ମିଳିବ ବଡ ସଫଳତା..

- Advertisement -

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ My Govର ୱେବସାଇଟ୍‌ରେ ଯିବାକୁ ପଡିବ ।
ଏହାପରେ ଦିଆଯାଇଥିବା ଥିବା ‘A Decade of Digitla India- Reel Contest’ (https://www.mygov.in/task/decade-digital-india-reel-contest)ଲିଙ୍କ୍‌ରେ ଓପନ୍‌ କରିବାକୁ ପଡିବ ।
ଏଠାରେ ଆପଣ ଭାଗ ନେବା ପାଇଁ ଲଗ୍‌ଇନ୍‌ କରିବାକୁ ବିକଳ୍ପ ମିଳିବ ।
ଆପଣ ନିଜର ଇ-ମେଲ୍‌, ମୋବାଇଲ୍‌ ନମ୍ବର କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଲଗ୍‌-ଇନ୍‌ କରି ପାରିବେ । ଏହି ପ୍ରତିଯୋଗିତା ପାଇଁ ୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।

ଆପଣ କରିଥିବା ରିଲ୍ସକୁ ସବ୍‌ମିଟ୍‌ କରିବା ପରେ ଆପଣଙ୍କୁ ଇ-ମେଲ୍‌ କିମ୍ବା ମେସେଜ୍‌ ମିଳିବ । ସରକାରଙ୍କ ଦ୍ୱାରା ଶୀର୍ଷ ୧୦ ରିଲ୍ସର ଚୟନ କରାଯିବ । ଏହାସହ ବିଜେତାଙ୍କୁ ୧୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ସ୍କିମ୍‌ରେ ଭାଗ ନେଉଥିବା ୨୫ ବିଜେତାଙ୍କୁ ୧୦,୦୦୦ ଟଙ୍କା ଓ ୫୦ ବିଜେତାଙ୍କୁ ୫,୦୦୦ ଟଙ୍କା ମିଳିବ । ୮୫ ବିଜେତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରାୟ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..

ଭାଙ୍ଗୁଛି ସବୁ ରେକର୍ଡ: ବଢାଇଛି ଚିନ୍ତା, ସୁନା ଦାମ୍‌ ବଢିଲା ଏତେ

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories