www.samajalive.in
Tuesday, December 9, 2025
17.1 C
Bhubaneswar

୪୮ଏମପି କ୍ୟାମେରା ସହ ମାର୍ଚ୍ଚ ୫ରେ ଭାରତୀୟ ବଜାରକୁ ଆସିବ ‘ଓପୋ ଏଫ୍‍-୧୧ ପ୍ରୋ’

ନୂଆଦିଲ୍ଲୀ : ଓପୋର ନୂଆ ସ୍ମାର୍ଟଫୋନ ‘ଓପୋ ଏଫ-୧୧ ପ୍ରୋ’ ମାର୍ଚ୍ଚ ୫ରେ ଲଞ୍ଚ ହେବ। କମ୍ପାନୀ ଫୋନର ଲଞ୍ଚିଙ୍ଗ ଇଭେଣ୍ଟ ପାଇଁ ମିଡିଆ ଇନଭିଟେସନ ମଧ୍ୟ ପଠାଇବା ଆରମ୍ଭ କରିସାରିଛି। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୪୮ମେଗାପିକ୍ସେଲର ରିୟର କ୍ୟାମେରା ପାଇପାରିବେ। ସୂଚନା ଅନୁସାରେ କମ୍ପାନୀ ଏ ନେଇ ମୁମ୍ବଇରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ମଧ୍ୟ କରିବ।

courtesy-latestly.com

‘ଓପୋ ଏଫ-୧୧ପ୍ରୋ’ର ବିଶେଷତ୍ୱ
ଏମିତିରେ ଏହି ଫୋନର ବିଶେଷତ୍ୱ ବାବଦରେ କୌଣସି ସଠିକ୍‍ ସୂଚନା ଦିଆଯାଇନାହିଁ। ମାତ୍ର ଏପର୍ଯ୍ୟନ୍ତ ଲିକ୍‍ ହୋଇଥିବା ଖବର ଅନୁସାରେ ଏହାର କ୍ୟ।।ମେରାରେ ଲୋ ଲାଇଟ୍‍ ପୋଟ୍ରେଟ ମୋଡକୁ ଆଗଠାରୁ ଭଲ କରାଯାଇଛି। ଏହା ସହିତ ଏହାର ରିୟର ପ୍ୟାନେଲ ଉପରେ ଏଲଇଡି ଫ୍ଲାସ୍‍ ସହିତ ୪୮ମେଗାପିକ୍ସେଲର ରିୟର କ୍ୟାମେରା ମିଳିବ। ଏହା ସହିତ କ୍ୟାମେରା ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ମଧ୍ୟ ପାଇପାରିବେ।
ସେହିଭଳି ଏହାର ରିୟର ପ୍ୟାନେଲରେ ୫ ମେଗାପିକ୍ସେଲର ଦ୍ୱିତୀୟ କ୍ୟାମେରା ମିଳିବ। ଏହାର ଆଗପଟ କ୍ୟାମେରା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। କମ୍ପାନୀର କହିବା ଅନୁସାରେ ଏହି ଫୋନଟିକୁ ସୁପର ନାଇଟ ମୋଡ ସହିତ ଲଞ୍ଚ କରାଯିବ। ଏହା ସହିତ ଏହାର କ୍ୟାମେରାରେ ଇମେଜ୍‍ ଷ୍ଟାବଲାରଇଜେସନ ମିଳିବ ଏବଂ ଫୋନରେ ଭିଓଓସି ୩.୦ଫାଷ୍ଟ ଚାର୍ଜିଙ୍ଗ ମଧ୍ୟ ମିଳିବ ଏବଂ ରିୟରରେ ଟିପଚିହ୍ନ ସେନସର ମଧ୍ୟ ପାଇପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories