ଆସାମ: ଆସାମର ଗୋଲାଘାଟ ଜିଲ୍ଲାରେ ହୋଇଥିବା ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏହି ଘଟଣାରେ ବହୁ ଲୋକ ଅସୁସ୍ଥ ହୋଇ ଗୋଲାଘାଟ ଏବଂ ଜୋର୍ହାଟ୍ଠାରେ ଚିକିତ୍ସିତ ହେଉଛନ୍ତି। ଗୋଲାଘାଟର ପୁଲିସ୍ ଅଧିକ୍ଷକ ପୁଷ୍ପରାଜ ସିଂହ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ହାଲିମାରା ଅଞ୍ଚଳରେ ଏହି ଘଟଣା ଘଟିଛି। ହାଲିମାରା ଦେଶୀ ମଦମୁକ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ବାହାରୁ ବେଆଇନ୍ ଭାବେ ମଦ ଆସିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି। ବେଆଇନ୍ ମଦ ବିକ୍ରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ୍ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଇତି ମଧ୍ୟରେ ଆସାମ ଅବକାରୀ ମନ୍ତ୍ରୀ ପରିମଲ ଶୁକ୍ଳଵୈଦ୍ୟ ଅତିରିକ୍ତ ଅବକାରୀ ସଚିବ ସଂଜୀବ ମେଢ଼ୀଙ୍କୁ ୩ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ଏହି ଘଟଣାରେ ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ସୂଚନା ଯୋଗ୍ୟ ଯେ, ମୃତକମାନେ ଆସାମର ଗୋୖହାଟୀଠାରୁ ୩୧୦ କିଲୋମିଟର ଦୂର ଗୋଲାଘାଟ ଜିଲ୍ଲାରେ ଥିବା ଚା ବଗିଚାରେ କାମ କରୁଥିଲେ।
Popular Categories



