www.samajalive.in
Saturday, December 13, 2025
23.1 C
Bhubaneswar

ଡ୍ୟାମ ଓ ବ୍ୟାରେଜର ଫାଟକ ହେବ ସ୍ୱୟଂଚାଳିତ

ଭୁବନେଶ୍ବର: ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡ଼ିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା, ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ ହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣ ହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଉକ୍ତ ସମସ୍ୟାର ସମାଧାନ ପାଇଁ ସରକାର ଉନ୍ନତ ବୈଜ୍ଞାନିକ ସ୍କାଡା ପ୍ରକ୍ରିୟାର ଉପଯୋଗକୁ ଗୁରୁତ୍ବ ଦେଇଛନ୍ତି। ଏହି ବ୍ୟବସ୍ଥାକୁ ଉପଯୋଗ କରି ଡ୍ୟାମ, ବ୍ୟାରେଜ ଏବଂ ଅନ୍ତଃନଦୀ ଜଳାଶୟଗୁଡ଼ିକର ଜଳସ୍ତର ସମ୍ବନ୍ଧୀୟ ସଠିକ ତଥ୍ୟ ହାସଲ କରି ଫାଟକଗୁଡ଼ିକର ସୁପରିଚାଳନା ସହ ଜଳ ନିଷ୍କାସନ ନିମନ୍ତେ ଏକ ନିର୍ଭରଯୋଗ୍ୟ ନିଷ୍ପତ୍ତି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ୮୦ କୋଟି ଟଙ୍କାର ବ୍ୟୟବରାଦରେ ‘ସ୍ୱୟଂଚାଳିତ ଫାଟକ ଯୋଜନା’ ନାମରେ ଏକ ନୂତନ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି।

ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ୧୪ଟି ଡ୍ୟାମର ୭୬ଟି ଫାଟକ, ୧୦ଟି ବ୍ୟାରେଜର ୧୫୩ଟି ଫାଟକ ତଥା ୨୭ଟି ଅନ୍ତଃନଦୀ ଜଳାଶୟ (ଆଇଏସ୍ଏସ୍)ର ୩୪୪ଟି ଫାଟକକୁ ସ୍ବୟଂଚାଳିତ ଫାଟକରେ ପରିଣତ କରାଯିବ। ଏହି ଯୋଜନାର ମୂଳଲକ୍ଷ୍ୟ ଗୁଡ଼ିକ ହେଲା, ଫାଟକଗୁଡ଼ିକୁ ନିୟନ୍ତ୍ରଣ କକ୍ଷରୁ ପରିଚାଳନା କରାଯିବା ସହିତ ସମୟାନୁବର୍ତ୍ତୀ ତଥା ତ୍ବରିତ ପଦକ୍ଷେପ ନିଆଯାଇପାରିବ। ଡ୍ୟାମ ଓ ବ୍ୟାରେଜର ଫାଟକ ପରିଚାଳନା ପାଇଁ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ପାରିବ। ମାନବକୃତ ତ୍ରୁଟିକୁ ଏଡ଼ାଇ ଦିଆଯାଇ ପାରିବ। କେବଳ ପ୍ରାଧିକୃତ ବ୍ୟକ୍ତିଙ୍କୁ ଡ୍ୟାମ ଓ ବ୍ୟାରେଜ ଇତ୍ୟାଦି ଉପରକୁ ପ୍ରବେଶ ଏହି କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତ ଚାଲିଛି। ଖୁବଶୀଘ୍ର ଟେଣ୍ଡର କରାଯାଇ ଏହା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories