www.samajalive.in
Saturday, December 13, 2025
23.1 C
Bhubaneswar

ବିପୁଳ ନିଶା କଫ ସିରପ ଜବତ, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର ବରେଇପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ନିଶା ଦ୍ରବ୍ୟ ବିରୋଧୀ ଅଭିଯାନ କ୍ରମରେ ଚଢ଼ାଉ ସମୟରେ ବିପୁଳ ନିଶା କଫ ସିରପ ଜବତ କରାଯାଇଛି। ପୁଲିସର ସୁଚନା ଅନୁଯାୟୀ, ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା ଅଞ୍ଚଳରେ ବିପୁଳ ନିଶା କଫ ସିରଫର କାରବାର ଚାଲୁଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା। ରାନୀବନ୍ଧ ପଡ଼ା ସ୍ଥିତ ଶିବ ମନ୍ଦିର ନିକଟରେ ସେହି ଅଞ୍ଚଳ ନିବାସୀ ରାଜୀବ ମଣ୍ଡଳ ଓରଫ ବାବଲୁ (୩୦) ନାମକ ଜଣେ ଯୁବକଙ୍କୁ ପୁଲିସ ଧରିଥିଲା।

ଯୁବକ ଜଣ ଏକ ମୋଟର ସାଇକେଲରେ ବେଆଇନ ଭାବରେ ନିଶା କଫ ସିରପ ରଖି ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ମାଡି ବସିଥିଲା। ଯୁବକଙ୍କ ନିକଟରୁ ସମୁଦାୟ ୪୮୦ ବୋତଲ ନିଶା କଫ ସିରପ ଜବତ ପୁଲିସ କରିଥିଲା। ଏଣୁ ଯୁବକଙ୍କୁ ଗିରଫ କରି ନିଶାକଫ ସିରପ ଓ ମୋଟର ସାଇକେଲକୁ ଜବତ କରି ବରେଇପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଯୁବକଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି ପୁଲିସ କହିଛି।

- Advertisement -

ସେହିପରି ସମ୍ବଲପୁରର ଧନୁପାଲି ଥାନା ଅଞ୍ଚଳରୁ ଜଣେ ମହିଳାଙ୍କୁ ଗଞ୍ଜେଇ ସହିତ ଗିରଫ କରାଯାଇଛି। ପୁଲିସର ସୁଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା ରାଉରକେଲାର ବଲାଙ୍ଗୀର ବସ୍ତି ନିବାସୀ ହେମପ୍ରଭା ପାତ୍ର (୨୬) ନାମକ ଜଣେ ବିବାହିତା ମହିଳା ଏବେ ମୋତିଝରନ ଅଞ୍ଚଳରେ ରହୁଛନ୍ତି। ସେ ମଧ୍ୟାହ୍ନ ସମୟରେ ସନ୍ଦିଗ୍ଧ ରୂପେ ଏକ ଟ୍ରଲି ବ୍ୟାଗ ଧରି ଡିଅର ପାର୍କ ନିକଟରେ ଛିଡା ହୋଇଥିଲେ। ପେଟ୍ରୋଲିଂ କରୁଥିବା ପୁଲିସ ସନ୍ଦେହ ଆଧାରରେ ତାଙ୍କୁ ଧରି ପଚରାଉଚୁରା ସହିତ ଟ୍ରଲି ବ୍ୟାଗ ଯାଞ୍ଚ କରିବାରୁ ୪୦ କିଗ୍ରା ଗଞ୍ଜେଇ ମିଳିଥିଲା। ଏଣୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଗଞ୍ଜେଇ ଗୁଡିକୁ ଜବତ କରିଛି। ଗିରଫ ମହିଳାଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି ଧନୁପାଲି ପୁଲିସ କହିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories