www.samajalive.in
Friday, December 5, 2025
20.1 C
Bhubaneswar

ନିଦା ବିଷ୍ଣୁ ପାଲଟିଲେ ସରକାର, ଇନ୍ଦ୍ର ଦେବତାଙ୍କୁ ପୂଜାର୍ଚ୍ଚନା କଲେ ଚାଷୀ

ଟିଟଲାଗଡ:  ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ବ୍ଲକ ଏକ ମରୁଡି ପ୍ରବଣ ଅଞ୍ଚଳ । ବ୍ଲକର କିଛି ଜମିକୁ ଜଳସେଚନ ବ୍ୟବସ୍ଥା ଥିବା ବେଳେ ବର୍ଷା ନହେଲେ ପ୍ରତିବର୍ଷ ଏଠାରେ  ଜମି ଫାଟି ଆଁ କରେ।  ରୁଆ ଧାନ ଦବି ଯାଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡେ।  ଚାଷୀ ପରିବାର ଭିଟାମାଟି ଛାଡି ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଚଳିତ ଖରିଫରେ ବର୍ଷାଭାବ ଯୋଗୁଁ ବାହୁଡା଼ ସରିବା ବେଳକୁ ବିହୁଡା, ରୁଆ କିଛି ହୋଇନାହିଁ ।  ଜଳସେଚନ ବ୍ୟବସ୍ଥା ନେଇ ଚାଷୀଙ୍କ ବର୍ଷବର୍ଷର ଦାବୀ ସରକାର ଅଣଶୁଣା କରି ଆସିଥିବା ବେଳେ ଶେଷରେ ଚାଷୀ ଇନ୍ଦ୍ର ରାଜାଙ୍କୁ ସନ୍ତୁଷ୍ଟ ପାଇଁ ହୋମଯଜ୍ଞ ଆରମ୍ଭ କରିବା ଭଳି ପରିସ୍ଥିତି ଉପୁଜିଛି । ଆଜି ବ୍ଲକ ଅନ୍ତର୍ଗତ ବାନ୍ଧୁପଲା ପଞ୍ଚାୟତ ବୁର୍ଡିପଡା ଗ୍ରାମର ଚାଷୀ ପରିବାର ନିକଟରେ ଥିବା ଘେସରି ଡ଼ଙ୍ଗର ଚଢି ବିଶେଷ ହୋମ ପୁଜା ଆୟୋଜନ କରିଛନ୍ତି । ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ ପାଇଁ ପଣ୍ଡିତ ମାନସ ପାଣିଙ୍କ ଦ୍ୱାରା ବିଶେଷ ହୋମ ଯଜ୍ଞ ଆୟୋଜିତ ହୋଇଛି। ନଡ଼ିଆ, ଲିଆ, କଦଳୀ, ସେଓ ଆଦି ନୈବେଦ୍ୟ, ଧୂପଦୀପ, ଫୁଲ, ବରକୋଳି ପତ୍ର ଆଦି ପ୍ରଦାନ ସହ ସଂକୀର୍ତନ, ଭଜନ ଗାଇ ଇନ୍ଦ୍ର ଭଗବାନଙ୍କୁ ପ୍ରଦାନ ସହ ସନ୍ତୁଷ୍ଟ ହୋଇ ବର୍ଷା କରି ସେମାନଙ୍କ ପରିବାରକୁ ମରୁଡି ଭଳି ପରିସ୍ଥିତିରୁ ରକ୍ଷା କରିବାକୁ ପ୍ରାର୍ଥନା କରାଯାଉଛି । ଏହା ସହ ଗ୍ରାମ ଦେବାଦେଵୀ ମାଁ ମାଲେଶ୍ରୀ, ଧରଣୀ ଗୁଡ଼ି, ମାଁ ଛୁଟି ମାଏଲି, ଜାଡେନ, ଘିସରୀ, ଫୁଲମତି, କନ୍ଧେନ ବୁଢ଼ୀ, ପାଟ, ଦକ୍ଷିଣ କାଲି, ବର୍ଣ୍ଣେଇ, ବସ୍ତ୍ରେନ, ଭୁଆସେନ ଆଦିଙ୍କୁ ମଧ୍ୟ ଆଜି ବର୍ଷା ପାଇଁ ବିଶେଷ ପୁଜାର୍ଚ୍ଚନା କରାଯାଇଛି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories