ବଣାଇ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ। ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଛି। ମୃତକ ଜୟନ୍ତୀ କୁଜୁର ବୋଲି ଜଣାପଡିଛି। ଜୟନ୍ତୀ ପଙ୍କଡିହି ଜଡା ଗାଁରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟରତ। ପରକୀୟା ପ୍ରୀତିକୁ ନେଇ ଏଭଳି ଘଟଣା ଘଟିଛି। ପରେ ଅଭିଯୁକ୍ତ ସ୍ଵାମୀ ଜଣକ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



