www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଶ୍ନପତ୍ର ପ୍ରଘଟ, ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ

କଟକ: ଓଡ଼ିଶା ମାଧ୍ୟମିକକ ଶିକ୍ଷା ପରିଷଦ (ବିଏସ୍‌ଇ) ପରିଚାଳିତ ସ୍ୱତନ୍ତ୍ର ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ସ୍ଥଗିତ ରଖାଯାଇଛି। ଆଜି (ଜୁଲାଇ ୨୦) ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ଵିତୀୟ ପତ୍ରକୁ ଘୁଞ୍ଚାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।

ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବା ଦ୍ୱାରା ପ୍ରାୟ ୭୫ହଜାର ଶିକ୍ଷକ ନିରାଶ ହୋଇଛନ୍ତି। ସୂଚନା ଅନୁସାରେ ପ୍ରଶ୍ନପତ୍ର ଛପାଯାଇଥିବା ମୁଦ୍ରଣ ସ୍ଥଳରୁ ଏହା ପ୍ରଘଟ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରେ କେହିଜଣେ ଅଭିଯୋଗ କରିଥିଲେ। ଏନେଇ ମନ୍ତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏହାର ସତ୍ୟାସତ୍ୟ ପ୍ରସଙ୍ଗରେ ପଚାରିଥିଲେ। କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ସ୍ୱୀକାର କରି ନ ଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଘଟ ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜାଣିବାକୁ ପାଇ ପରୀକ୍ଷାକୁ ବାତିଲ କରିଛନ୍ତି।

- Advertisement -

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ବିଳମ୍ବିତ ରାତିରେ ଗଣମାଧ୍ୟମ ଗ୍ରୁପ୍‌ରେ ପରବର୍ତ୍ତୀ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତ ଏକ ଚିଠି ବୋର୍ଡ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ ଏସବୁ ଶିକ୍ଷକ ଚାକିରି କରିଥିଲେ ମଧ୍ୟ ଓଟିଇଟି ପାସ୍‌ କରି ନ ଥିବାରୁ ସେମାନଙ୍କ ପଦୋନ୍ନତି ହୋଇପାରୁନାହିଁ। ଓଟିଇଟିରେ ଉତ୍ତୀର୍ଣ ହେବାପରେ ସେମାନଙ୍କୁ ପଦୋନ୍ନତି ମିଳିବ ବୋଲି ସରକାର ବାଧ୍ୟତାମୂଳକ ନିୟମ କରିଛନ୍ତି। ପୂର୍ବରୁ ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ପୁନର୍ବାର ପରୀକ୍ଷାର ପୂର୍ବଦିନ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ବୋର୍ଡ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories