www.samajalive.in
Saturday, December 6, 2025
16.1 C
Bhubaneswar

ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା – ଏଫଏମ କଲେଜରେ ୩ ତଦନ୍ତକାରୀ ଟିମ

ଡେସ୍କ: ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ କ୍ରାଇମବ୍ରାଞ୍ଚ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ଟିମ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସି ଦ୍ୱାରା ଗଠିତ ଟିମ ଆଜି ଏଫଏମ କଲେଜରେ ତଦନ୍ତ କରୁଛି। ଏସ. ସାଇନୀଙ୍କ ନେତୃତ୍ୱାଧୀନ କ୍ରାଇମବ୍ରାଞ୍ଚ ଟିମ ଗତକାଲି କଲେଜର କେତେ ଜଣ କର୍ମଚାରୀଙ୍କୁ ପଚରାଉଚୁରା କରିଥିବା ବେଳେ ଆଜି ପୂର୍ବାହ୍ନରେ ମୃତକଙ୍କ ଗାଁକୁ ଯାଇ ପରିବାର ସଦସ୍ୟ ଓ ପାଖ ପଡୋଶୀଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି। ଆଜି ଏଫଏମ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ମଧ୍ୟ ଜେରା କରିବା ଯୋଜନା ରହିଛି।

ଅନ୍ୟପକ୍ଷରେ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ଟିମ ମଧ୍ୟ ଆଜି ମୃତକ ସୌମ୍ୟାଶ୍ରୀ ବିଶୀଙ୍କ ଅଭିଯୋଗର ତଦନ୍ତ କରିଥିବା କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି। ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ରଙ୍କ ନେତୃତ୍ୱାଧୀନ ୩ ଜଣିଆ ଟିମ ସମ୍ପୃକ୍ତ ଆଇସିସି ଟିମ ସଦସ୍ୟଙ୍କ ସମେତ ୩ ଜଣ ଶିକ୍ଷାର୍ଥୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛନ୍ତି। ଆଜି ଓ ଆସନ୍ତାକାଲି ଏହା ଜାରି ରହିବ।

- Advertisement -

ଅନ୍ୟପକ୍ଷରେ ଛାତ୍ରୀ ମୃତ୍ୟୁ ଘଟଣାର କାରଣ ଜାଣିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ଏଫଏମ କଲେଜରେ ପହଁଚିଥିବା ସୂଚନା ମିଳିଛି। ନୂଆଦିଲ୍ଲୀ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ୟୁଜିସି ସଦସ୍ୟ ରାଜ କୁମାର ମିତ୍ତଲଙ୍କ ନେତୃତ୍ୱାଧୀନ ଟିମରେ ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଗୁଜୁରାଟ ବିଶ୍ୱବିଦ୍ୟାଳୟର କୁଳପତି ଡଃ ନିର୍ଜା ଗୁପ୍ତ ଓ ୟୁଜିସିର ଯୁଗ୍ମ ସଚିବ ଡଃ ଅସୀମା ମଙ୍ଗଳା ସଦସ୍ୟ ଅଛନ୍ତି। ଆଜି ଓ ଆସନ୍ତାକାଲି ୟୁଜିସି ଟିମ ତଥ୍ୟ ସଂଗ୍ରହ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ।

ସୂଚନା ଅନୁଯାୟୀ, ଏଫଏମ କଲେଜରେ ପୂର୍ବରୁ ଅଭିଯୋଗ କମିଟି ଗଠନ ହୋଇଥିଲା କି ନାହିଁ, ଘଟଣା ଘଟିବାର କାରଣ ଓ ଅନ୍ୟାନ୍ୟ ଦିଗ ଉପରେ ତଥ୍ୟ ସଂଗ୍ରହ କରିବ ୟୁଜିସି ଟିମ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories