ସମାଜ ଡିଜିଟାଲ ଡେସ୍କ: ଏଣିକି ସ୍କୁଲରେ ପିଲାମାନଙ୍କ ପାଠ୍ୟକ୍ରମରେ ପଢାଯିବ ରାମାୟଣ ଓ ଗୀତା । ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉତ୍ତରଖଣ୍ଡରେ ଥିବା ସ୍କୁଲଗୁଡିକରେ ପିଲାମାନେ ଏବେ ରାମାୟଣ ଓ ଗୀତା ପଢାଯିବ । ଏନେଇ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀ ଧନ ସିଂହ ରାୱତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୧୭,୦୦୦ ସରକାରୀ ସ୍କୁଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ବ୍ୟତୀତ ସକାଳ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀମାନେ ଶ୍ଲୋକ ପାଠ କରିବେ । ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ହିଁ ଏନସିଇଆରଟିକୁ ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ଥିବା ୧୭ହଜାର ସରକାରୀ ସ୍କୁଲରେ ଭଗବତ୍ ଗୀତା ଏବଂ ରାମାୟଣକୁ ପାଠ୍ୟକ୍ରମରେ ସାମିଲ କରାଯିବ ।
#WATCH | Uttarakhand Education Minister Dhan Singh Rawat says, “In a meeting of the Education department with the Chief Minister, we have tasked NCERT to include Bhagavad Gita and Ramayana in the syllabus to be taught in 17,000 government schools of Uttarakhand. Until this is… pic.twitter.com/Di5bpaT8Q1
— ANI (@ANI) July 16, 2025



