କଟକ: ଦିନକୁ ଦିନ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପମାନ ବଢିବାରେ ଲାଗିଛି । କଟକ ରେ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କ ଠାର ସୁନା ଚେନ୍ ଲୁଟିବାକୁ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ। ମହିଳା ଜଣକ ଆଜି ଛତ୍ର ବଜାର କେନାଲ ରୋଡରେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଫଳରେ ବାଇକରୁ ଖସି ପଡି ମହିଳା ଜଣକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଜଣଙ୍କୁ କାବୁ କରି ନିର୍ଦ୍ଧୁମ୍ ମାଡ ମାରିଛନ୍ତି। ଆଉ ଜଣେ ଲୁଟେରା ଚମ୍ପଟ ମାଣିଛନ୍ତି । ମହିଳାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Popular Categories



