www.samajalive.in
Sunday, December 14, 2025
19.1 C
Bhubaneswar

ବାଘର ଛାଲ ଭଗବାନ ଶିବଙ୍କ ବସ୍ତ୍ର ହେବାର ପୌରାଣିକ କଥା

ପୌରାଣିକ କଥା ଅନୁଯାୟୀ, ଭଗବାନ ଶିବଙ୍କର ଅନେକ ରୂପ ରହିଛି। ଭଗବାନ ଶିବ ସର୍ବଦା ଗୋଟିଏ ହାତରେ ତ୍ରିଶୂଳ, ବେକରେ ସାପ ଓ ଜଟାରେ ଗଙ୍ଗା ପ୍ରବାହିତ ହେଉଥିବାର ଆମେ ଦେଖୁ। ତାଙ୍କର ଶରୀରରେ ପାଉଁଶ ଓ ବାଘର ଛାଲ ପିନ୍ଧିଥିବାର ମଧ୍ୟ ଦେଖିଛୁ। ଅନେକ ଫଟୋରେ ଭଗବାନ ଶିବ ବାଘର ଛାଲ ଉପରେ ବିରାଜମାନ କରିଥିବାର ଦେଖିଥାଉ। ଆସନ୍ତୁ ଜାଣିବା ଭଗବାନ ଶିବ ବାଘ ଛାଲରେ କ’ଣ ପାଇଁ ବିରାଜମାନ ଓ କ’ଣ ପାଇଁ ବାଘ ଛାଲ ପିନ୍ଧିଥାଆନ୍ତି।

ଶିବ ପୁରାଣ ଅନୁଯାୟୀ, ଥରେ ଭଗବାନ ଶିବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁଥିଲେ। ଭ୍ରମଣ କରିବା ବେଳେ ସେ ଏକ ଜଙ୍ଗଲରେ ପହଞ୍ଚିଗଲେ। ସେହି ଜଙ୍ଗଲରେ ଅନେକ ଋଷିମୁନି ନିଜ ପରିବାର ସହ ବାସ କରୁଥିଲେ। ସେହି ସମୟରେ ଭଗବାନ ଶିବ ଅଜ୍ଞାତରେ ବସ୍ତ୍ର ପିନ୍ଧି ନଥିଲେ। ଭଗବାନ ଶିବଙ୍କ ରୂପରେ ମୁନିମାନଙ୍କ ପତ୍ନୀମାନେ ଆକର୍ଷିତ ହେବାକୁ ଲାଗିଲେ।

- Advertisement -

ଏହାସହ ମୁନିମାନଙ୍କ ପତ୍ନୀମାନେ ନିଜର ସମସ୍ତ କାର୍ଯ୍ୟ ଛାଡି ଭଗବାନ ଶିବଙ୍କୁ ଦେଖିବାକୁ ଲାଗିଲେ। ଏହା ଦେଖି ଋଷିମୁନି ମାନଙ୍କୁ କ୍ରୋଧ ଆସିଲା। ସେମାନେ ଭଗବାନ ଶିବଙ୍କ ବିରୋଧରେ ଏକ ଯୋଜନା ପ୍ରସ୍ତୁତ କଲେ।

ଶିବଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ମୁନିଋଷିମାନେ ଏକ ବଡ ଗାତ କଲେ। ସେଠାରେ ଭଗବାନ ଶିବ ଗଳି ପଡିଲେ। ତାପରେ ମୁନିଋଷିମାନେ ସେହି ଗାତରେ ଏକ ବାଘକୁ ପକାଇ ଦେଲେ। କାରଣ ସେମାନେ ଚାହୁଁଥିଲେ ଯେ, ବାଘଟି ଭଗବାନ ଶିବଙ୍କୁ ମାରି ଖାଇଦେଉ।

କିନ୍ତୁ କିଛି ସମୟ ପରେ ଭଗବାନ ଶିବ ଗାତରୁ ବାହାରି ଗଲେ। ଏବଂ ତାଙ୍କ ଶରୀରରେ ବାଘର ଛାଲ ଥିଲା ସେହି ଦିନ ପର ଠାରୁ ଭଗବାନ ଶିବ ବାଘର ଛାଲ ପିନ୍ଧିଥାଆନ୍ତି। ଏବଂ ବାଘ ଛାଲ ଉପ​‌ରେ ବିରାଜମାନ କରିଥାଆନ୍ତି।

ଏହା ବ୍ୟତୀତ ଅନ୍ୟ ଏକ କାହାଣି ମଧ୍ୟ ଅଛି। ଥରେ ଭଗବାନ ବିଷ୍ଣୁ ଶିବଙ୍କୁ ଏକ ଦୁର୍ମୂଲ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛା କଲେ। ​‌ସେଥିପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କଲେ। ସେହି ସମୟରେ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରି ହିରଣ୍ୟକଶ୍ୟପର ବଧ କରିଲେ। ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ସଂସାର ଅନ୍ତ କରିବାକୁ ଚେଷ୍ଟା କଲେ। ଏହା ଦେଖି ତିନି ଲୋକର ଦେବତା ଭୟଭୀତ ହୋଇଗଲେ।

ଭଗବାନ ନୃସିଂହକୁ ନିଜ ବଶ କରିବା ପାଇଁ ବୀରଭଦ୍ର ଗରୁଡ, ସିଂହ ଓ ମନୁଷ୍ୟଙ୍କ ମିଶ୍ରିତ ରୂପ ଧାରଣ କଲେ। ସେହି ରୂପକୁ ଶରଭ କୁହାଯାଏ। ଶରଭ ଓ ନୃସିଂହଙ୍କ ମଧ୍ୟରେ ଯୁଦ୍ଧ ହେଲା। ଉଭୟଙ୍କ ମଧ୍ୟ କିଛି ସମୟ ଯୁଦ୍ଧ ହେଲା ପରେ ଶରଭ ନିଜ ହାତରେ ନୃସିଂହକୁ ଉଠାଇ ନଖ ଦ୍ବାରା ଆଘାତ କଲେ। ସେଥିରେ ନୃସିଂହ ଆହତ ହୋଇ ନିଜ ଶରୀର ତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ। ଏହାସହ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ଯେ, ସେ ତାଙ୍କ ଶରୀରକୁ ଆସନ ରୂପେ ସ୍ବୀକାର କରନ୍ତୁ। ଭଗବାନ ଶିବ ତାଙ୍କର ସେହି ପ୍ରାର୍ଥନା ଶୁଣିଥିଲେ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories