www.samajalive.in
Saturday, December 6, 2025
23.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ବନ ମହୋତ୍ସବ

ଆଠଗଡ: ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ବନ ମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଏନଏସଏସ, ସ୍କାଉଟ-ଗାଇଡ, ଯୁବ ରେଡକ୍ରସ, ଏନସିସି ଏବଂ ଆଠଗଡ ସେବା ଫାଉଣ୍ଡେସନ ଓ ସତ୍ୟସାଇ ସେବା ସମିତିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏଥିରେ ମୁଖ୍ଯଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ।

ଏନଏସଏସ ଅଧିକାରୀ ଅଧ୍ୟାପକ ଡ.ଚିତ୍ରସେନ ରାଉତ, ଅଧ୍ୟାପିକା ଶ୍ରୀମନ୍ତିନୀ ଦାସ, ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଗାୟତ୍ରୀ ତ୍ରିପାଠୀ, ସଚ୍ଚିଦାନନ୍ଦ ଜେନା, ରେଞ୍ଜର ଲିଡର ଅଧ୍ୟାପିକା ଡ.ସୁରେଖା ଦାସ, ଶୁଭଦର୍ଶନ ମହାପାତ୍ର, ଏନସିସି ଅଧିକାରୀ ଅଧ୍ୟାପକ ଯୁଗଳ କିଶୋର ପ୍ରଧାନ, ପ୍ରଭାତ ବାରିକ, ସତ୍ୟସାଇ ସେବା ସମିତିର ଆବାହକ କ୍ଷିରୋଦ ଚନ୍ଦ୍ର ମିଶ୍ର ଓ ଆଠଗଡ ସେବା ଫାଉଣ୍ଡେସନର ସଭାପତି ରଞ୍ଜିତା ଭକ୍ତା ପ୍ରମୁଖ ଉଦବୋଧନ ଦେଇ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ଚାରା ରୋପଣର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କଲେଜ ପରିସରରେ ବିଭିନ୍ନ କିସମର ବହୁ ସଂଖ୍ୟକ ବୃକ୍ଷ ଚାରା ରୋପଣ କରିଥିଲେ। ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଏବଂ ଡ.ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories