www.samajalive.in
Saturday, December 6, 2025
23.1 C
Bhubaneswar

ଦୁର୍ଦାନ୍ତ ଓ ସମ୍ବେଦନଶୀଳ କଏଦୀଙ୍କ ବାହାରିବା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର : ଜେଲ୍‌ରୁ ବାହାରିବା ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା କିମ୍ବା ଜନସ୍ବାର୍ଥ ପ୍ରତି ବିପଦ ଆଶଙ୍କା ଥିବା କଏଦୀଙ୍କୁ ଅଦାଲତରେ ହାଜର କରିବା ଉପରେ କଟକଣା ଲଗାଯିବ। ଜେଲ ବିଭାଗର ସୁପାରିସ ଆଧାରରେ ଗୃହ ବିଭାଗ ସମ୍ପୃକ୍ତ କଏଦୀଙ୍କୁ ଜେଲ୍‌ ପରିସର ବାହାରକୁ ଯିବା ଉପରେ ଅଙ୍କୁଶ ଲଗାଯିବ ଏବଂ ସମ୍ପୃକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଅଭିଯୋଜନ ନିର୍ଦେଶକ ତଥା ଅଧିକାରୀଙ୍କୁ ଅବଗତ କରାଯିବ। ଗୃହ ବିଭାଗ ପକ୍ଷରୁ ଏନେଇ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଅଦାଲତରେ ହାଜର କରିବା ଲାଗି ଜେଲ୍‌ରେ ଥିବା କଏଦୀଙ୍କୁ ବାହାରକୁ ଅଣାଯାଇଥାଏ। କିଛି କଏଦୀ ଜେଲ ପରିସର ବାହାରକୁ ଆସିବା ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଥାଏ। ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ନ କରିବା ଲାଗି ବିଭାଗ ପକ୍ଷରୁ ଭାରତୀୟ ନାଗରିକ ସଂହିତାର ଧାରା ୩୦୩ ଅନୁସାରେ ନୂଆ ନିର୍ଦେଶାବଳୀ ଜାରି କରାଯାଇଛି। କେଉଁ କଏଦୀ ଜେଲ ବାହାରକୁ ଆସିଲେ କିମ୍ବା ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେଲେ ପରିସ୍ଥିତି ଖରାପ ହେବାର ଆଶଙ୍କା ରହିଛି ସେମାନଙ୍କୁ କାରାଗାର ମହାନିର୍ଦେଶକ ଚିହ୍ନଟ କରିବେ। ଏଥିପାଇଁ ପୁଲିସ ମହାନିର୍ଦେଶକଙ୍କ ସହଯୋଗ ନିଆଯିବ। କେଉଁ ପ୍ରକାର ଅପରାଧ ପାଇଁ ସମ୍ପୃକ୍ତ ବ୍ୟକ୍ତି ଅବା ଗୋଷ୍ଠୀ ସମୂହ ଜେଲ୍‌ରେ ଅଛନ୍ତି, ଯଦି ସେମାନେ ବାହାରକୁ ଆସନ୍ତି ତା’ହେଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ଅଛି କି, ଗୁଇନ୍ଦା ସୂଚନା ଆଦିକୁ ବିଚାର କରି ସମ୍ପୃକ୍ତ କଏଦୀଙ୍କୁ ଚିହ୍ନଟ କରାଯିବ। ଏପରି ବ୍ୟକ୍ତି ଚିହ୍ନଟ ପରେ କାରାଗାର ମହାନିର୍ଦେଶକ ସେମାନଙ୍କ ମାମଲାର ବିବରଣୀ ଗୃହ ବିଭାଗକୁ ପଠାଇବେ। ଏହା ପରେ କଏଦୀଙ୍କୁ ଜେଲ୍‌ରୁ ବାହାରକୁ ନ ଆଣିବା ପାଇଁ ଗୃହ ବିଭାଗ ପଦକ୍ଷେପ ଗ୍ରହଣ କରିବ। ଏହି ବର୍ଗର କଏଦୀଙ୍କ ସମ୍ପର୍କରେ ସମ୍ପୃକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଅଭିଯୋଜନ ନିର୍ଦେଶକ, ଜେଲ୍‌ ଅଧୀକ୍ଷକ, ପୁଲିସ ମହାନିର୍ଦେଶକ ଓ କାରାଗାର ମହାନିର୍ଦେଶକଙ୍କୁ ଅବଗତ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories