www.samajalive.in
Sunday, December 7, 2025
15.1 C
Bhubaneswar

ବାର୍ଡ ଫ୍ଲୁ ସ୍ଥିତି ସମୀକ୍ଷା, ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଡେଲାଙ୍ଗ : ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବା ପରେ ୪ ଜଣିଆ ୭ଟି ରାପିଡ ରେସ୍ପନ୍ସ ଦଳ ଗଠନ କରାଯାଇ ବେନୁପଡ଼ାର ରୀତା ରାୟଙ୍କ ଫାର୍ମରୁ ୩ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯାଇ ପୋତାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବା ଖବରପାଇ ରବିବାର ସନ୍ଧ୍ୟାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଡେଲାଙ୍ଗ ଗସ୍ତରେ ଆସି ରୀତାଙ୍କ ସ୍ୱାମୀ ଅମିୟ ରାୟଙ୍କ ସହିତ କୁକୁଡ଼ାମଡ଼କ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ଓ ପକ୍ଷୀ ଜାତୀୟ ପ୍ରାଣୀ, ଦାନା ବାହାରକୁ ଯିବାପାଇଁ ବାରଣ କରାଯାଇଛି। ଜିଲା ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ବିବରଣୀ ମୁତାବକ ପଡ଼ୋଶୀ ବ୍ଲକ ତଥା ଅନ୍ୟ ଅଞ୍ଚଳଗୁଡ଼ିକୁ ଯେପରି ଏହି ସଂକ୍ରମଣ ନ ବ୍ୟାପିବ ସେଥିପାଇଁ ଫାର୍ମଗୁଡ଼ିକୁ ବିଶୋଧନ କରାଯିବା ସହିତ ଚାଷୀଙ୍କୁ ସଚେତନ କରାଯାଉଛି। ନିୟମାବଳୀ ମୁତାବକ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରାଣୀପାଳନ ଓ ଚିକିତ୍ସା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଉପନିର୍ଦେଶିକା ଦୀପ୍ତି ମହାପାତ୍ର, ଯୁଗ୍ମ ନିର୍ଦେଶକ ଉମେଶଚନ୍ଦ୍ର ବେହେରା, ପୁରୀ ଜିଲାମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା.ଶରତ କୁମାର ବେହେରା, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା.ସତ୍ୟବ୍ରତ ଦାଶ, ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡା. ପ୍ରୀତିତୋଷ ମହାପାତ୍ର, ଅତିରିକ୍ତ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡା. ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସଂକ୍ରମଣ ବ୍ୟାପିବା ସମ୍ପର୍କରେ ବିଭିନ୍ନ ତଥ୍ୟ ଦେଇଥିଲେ।
ରବିବାର ଡାକପଡ଼ା ଗ୍ରାମର ନବକିଶୋର ଖଟୋଇଙ୍କ କୁକୁଡ଼ାଫାର୍ମରୁ ୩୪୧୫ କୁକୁଡ଼ାଙ୍କୁ ରାପିଡ ରେସ୍ପନ୍ସ ଦଳ ମାରିବା ସହିତ ଫାର୍ମକୁ ବିଶୋଧନ କରି ଚୂନ ଓ ବ୍ଲିଚିଂ ପକାଇ ମୃତ କୁକୁଡ଼ାଙ୍କୁ ପୋତି ଦେଇଛନ୍ତି। ଏହାସହିତ ବାର୍ଡ ଫ୍ଲୁ ସନ୍ଦେହକରି ବ୍ଲକର ଅନ୍ୟ ଫାର୍ମରେ ମରୁଥିବା କୁକୁଡ଼ାଙ୍କ ନମୁନାପରୀକ୍ଷା ନିମନ୍ତେ ଭୋପାଳ ପଠାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବା ପୂର୍ବରୁ ସ୍ଥାନୀୟ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କୁକୁଡ଼ା ଚାଷୀଙ୍କ ସୁରକ୍ଷା ଓ ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ରନୀତି ପ୍ରଣୟନ ଲାଗି ଜିଲା କୁକୁଡ଼ାଚାଷୀ ବିକାଶ ଫୋରମ୍‌ର ଉପଦେଷ୍ଟା ଅଶୋକ ପ୍ରଧାନ, କୁକୁଡ଼ାଚାଷୀ ସଭାପତି ଗୋପାଳ ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ପ୍ରଧାନଙ୍କ ସମେତ ବ୍ଲକର କୁକୁଡ଼ାଚାଷୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସଂକ୍ରମିତ କୁକୁଡ଼ା ମାଂସ ନ ଖାଇବାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ କରିଦିଆ ଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories