www.samajalive.in
Sunday, December 14, 2025
16.1 C
Bhubaneswar

ଲୋକେ ଅତିଷ୍ଠ, କାଦୁଅ ରାସ୍ତାରେ ରୋଇଲେ ଧାନଗଛ

ଫୁଲବାଣୀ/ବାଲିଗୁଡ଼ା: ପ୍ରକୃତରେ ବିକାଶ ଏହି ଅଞ୍ଚଳ ପାଇଁ ବାଟ ଭୁଲିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ପ୍ରଶାସନ ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଂପୂର୍ଣ୍ଣ ଭାବେ ବଞ୍ଚିତ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିବା ବେଳେ ଗତ କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଫଳରେ ବାସ୍ତବ ରୂପ ଲୋକଲୋଚନକୁ ଆସିଛି।

ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ଠାରୁ ସୁକୁଙ୍ଗିଆ-ପାଙ୍ଗୁରମିଲା ହୋଇ ବରିକିଆକୁ ରାସ୍ତା କାର୍ଯ୍ୟ ଚାଲିଥିବା ସ୍ଥଳେ କାଦୁଅ ପଚପଚ ଅଧପନ୍ତରିଆ ରାସ୍ତାକୁ ଅତିଷ୍ଠ ହୋଇ ଚାଷ ଜମି କରିବାକୁ ବାଧ୍ୟ ହେଲେ ଗ୍ରାମବାସୀ। ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ଅଧିବାସୀ ଆଜି କାଦ ପଚ ପଚ ରାସ୍ତା ଉପରେ ଧାନଗଛ ରୋଇ ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ସରକାରଙ୍କୁ ଚେତେଇ ଦେଇଛନ୍ତି। ମାସ ମାସ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ବାଲିଗୁଡ଼ା ବ୍ଲକର ପରମପାଙ୍ଗା ପଞ୍ଚାୟତ ସୁକିଙ୍ଗିଆ ପାଙ୍ଗୁରୁମିଲା ଗାଁ ଲୋକଙ୍କ ଦୁର୍ଦ୍ଦଶା। ଲଗାଣ ବର୍ଷାରେ ପରମପଙ୍ଗା ପଞ୍ଚାୟତରୁ ସୁକୀଙ୍ଗିଆ ହୋଇ ବାରିକିଆ ରାସ୍ତାରେ ଏକ ପୋଲ ନିର୍ମାଣଧିନ ଅବସ୍ଥାରେ ଅଧପନ୍ତରିଆ ହୋଇ ପଡ଼ି ରହିଛି ଯାହା ଫଳରେ ସେହି ଅଞ୍ଚଳ ବାସୀ ଗମନା ଗମନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥାର ମାଲ୍ ବୁହା ଗାଡ଼ି, ଟ୍ରକ, ଟାକଟର ଓ ଜେଶିବି ପ୍ରତ୍ୟେକ ଦିନ ଯିବା ଆସିବା କରୁଛି ଯାହା ଫଳରେ ସେହି ମାଟି ରାସ୍ତା ଖାଲ ଖମା ହୋଇ କାଦୁଅ ପଚ ପଚ ହୋଇଛି ସ୍କୁଲ କଲେଜ ପିଲାଠୁ ଆରମ୍ଭ କରି ଜରୁରୀ କାଳୀନ ପରିସ୍ଥିତି ଯିବା ଆସିବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ବର୍ତ୍ତମାନ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ଅଭିଯୋଗ କରିଛନ୍ତି ଯେ ତୁରନ୍ତ ସେହି ଅଞ୍ଚଳ ରାସ୍ତା ସ୍ଥିତିକୁ ତଦନ୍ତ କରି ଲୋକଙ୍କ ସମସ୍ୟା ସମାଧାନ କରିନ୍ତୁ ନଚେତ୍ ଆଗାମୀ ଦିନରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜରାସ୍ତାକୁ ଉଲ୍ଲେଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories