ଲାଞ୍ଜିଗଡ : ସିବିଏସଇ ଫାର ଇଷ୍ଟ ଜୋନ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପଶ୍ଚିମବଙ୍ଗର ନଦିଆସ୍ଥିତ ଚଟ୍ଟର୍ଜୀ ନୋବେଲ ସ୍କୁଲ ଦ୍ୱାରା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଲାଞ୍ଜିଗଡ ଅନ୍ତର୍ଗତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ତରଫରୁ କ୍ରୀଡା ଶିକ୍ଷୟିତ୍ରୀ ଶିଳ୍ପୀ ଲାହାଙ୍କ ନେତୃତ୍ୱରେ ଶ୍ରୀମାନ କ୍ଷୀରୋଦ କୁମାର ଅଣ୍ଡର- ୧୯ ରେ ଓ ଓଁକାର ମାଝୀ ଅଣ୍ଡର-୧୭ରେ ଅଂଶ ଗ୍ରହଣ କରିଥିଲେ । ତେବେ ଶ୍ରୀମାନ କ୍ଷୀରୋଦ କୁମାର ୫୦ ମିଟରରେ ତୀରନ୍ଦାଜ ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ, ୩୦ ମିଟରରେ ଗୋଟିଏ କାଂସ୍ୟ ପଦକ ଏବଂ ସାମଗ୍ରିକ ଭାବେ ଆଉ ଏକ ସ୍ବର୍ଣ୍ଣ ପଦକ ଜିଣି ବିଦ୍ୟାଳୟ ତଥା ଲାଞ୍ଜିଗଡ ପାଇଁ ଗୌରବ ଆଣିଛନ୍ତି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମନବୀନ କୌର କୃତୀ ଛାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ତୀରନ୍ଦାଜ ପ୍ରତିଯୋଗିତା, ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ
Popular Categories



