www.samajalive.in
Sunday, December 14, 2025
19.1 C
Bhubaneswar

ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ

ସମାଜ ଡିଜିଟାଲ ଡେସ୍କ: ଆଉ ନାହାନ୍ତି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ରବିବାର ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ତାଙ୍କ ବାସଭବନରେ ୮୩ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ କୋଟା ଶ୍ରୀନିବାସ। ଏହି ଖରବ ପ୍ରଚାର ହେବାପରେ ସମ୍ପୂର୍ଣ୍ଣ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ‘ଏକ୍ସ’ ଜରିଆରେ ଅଭିନେତାଙ୍କ ପରିବାର ପ୍ରତି ସମବେଦନା ଜଣାଇବାସହ ଏହା ସିନେ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ। ଏହା ବ୍ୟତୀତ ଅନେକ ରାଜନେତା ଓ କଳାକାର କୋଟା ଶ୍ରୀନିବାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

କୋଟା ଶ୍ରୀନିବାସ ରାଓ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ଜଣେ ବଡ଼ ତଥା ଲୋକପ୍ରିୟ ନାଁ ଥିଲେ। ପ୍ରାୟ ୪୦ ବର୍ଷର ତାଙ୍କ ଅଭିନୟ କ୍ୟାରିୟରରେ ସେ ୭୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ କାମ କରିଛନ୍ତି। ବଳିଷ୍ଠ ଅଭିନୟ ପାଇଁ ସେ ୯ ଥର ନନ୍ଦି ଆଓ୍ବାର୍ଡ଼ରେ ସମ୍ମାନିତ ହୋଇଛନ୍ତି। ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଅଭିନେତା। ସେ ତେଲୁଗୁ ବ୍ୟତୀତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଆଦି ଏକାଧିକ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ପୂର୍ବ ବିଜୟଓ୍ବାଡ଼ା ବିଧାୟକ ଥିଲେ।

- Advertisement -

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories