www.samajalive.in
Saturday, December 6, 2025
26.1 C
Bhubaneswar

ସ୍ଵାସ୍ଥ୍ୟବସ୍ଥା ଅନୁଧ୍ୟାନ କଲେ, କହିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଆଜି ଏମ୍ସ ଯାଇ ଗୁରୁତର ଛାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡ ର ଚିକିତ୍ସା ଯୋଗାଇ ଦିଆଯାଉଥିବା କହିଛନ୍ତି ସିଏମ୍। ଆହୁରି ମଧ୍ୟ ସେ କହିଛନ୍ତି ଆଗାମୀ ୨୪ ଘଣ୍ଟା ଛାତ୍ରୀ ଜଣକ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଭିସି ରେ ଭୁବନେଶ୍ଵର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି। ବର୍ତ୍ତମାନ୍ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି , ତେଣୁ ସ୍ଥାନାନ୍ତର ସମ୍ଭବ ନୁହେଁ। ଯଦି ଆଗକୁ ସ୍ଵାଭାବିକ ହୁଏ , ତାହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ତେବେ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆହତ ଛାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । କହିଛନ୍ତି ଛାତ୍ରୀ ଜଣକ ଯୌନ ନିର୍ଯ୍ୟାତନା ଓ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି। ବିଭାଗୀୟ ମୁଖ୍ୟଙ୍କ ଏପରି ଧମକ ପାଇଁ ସେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡିତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବାରୁ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଓଡିଶା ଡିଜିପିଙ୍କୁ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଛନ୍ତି। ଏବଂ ୩ ଦିନ ଭିତରେ କଣ କାର୍ଯ୍ୟାନୁଷ୍ଠାନ ନେଲେ ତାହା ଜଣାଇବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories