www.samajalive.in
Friday, December 12, 2025
14.1 C
Bhubaneswar

କର୍ଣ୍ଣାଟକ ଗୁମ୍ଫାରୁ ୨ ଶିଶୁ ସମେତ ରୁଷୀୟ ମହିଳା ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସ ଉତ୍ତର କନ୍ନଡ ଜିଲା ଅନ୍ତର୍ଗତ ଗୋକର୍ଣ୍ଣ ସହରର ରାମତୀର୍ଥ ପାହାଡ ଗୁମ୍ପାରୁ ଜଣେ ରୁଷୀୟ ମହିଳା ଏବଂ ତାଙ୍କର ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି। ଜୁଲାଇ ୯ ସନ୍ଧ୍ୟା ସମୟରେ ପୁଲିସ ଟିମ୍‌ ଏହି ପାହାଡିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍‌ ଗୁମ୍ଫା ନିକଟରେ କେହି ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରିଥିଲେ। ଘଟଣାସ୍ଥଳକୁ ଯିବାପରେ ଏହି ଗୁମ୍ଫାରେ ମହିଳା ଓ ଦୁଇ ଶିଶୁ କନ୍ୟା ବାସ କରୁଥିବା ଜଣାପଡିଥିଲା। ନିନା କୁଟିନା ନାମ୍ନୀ ଏହି ମହିଳାଙ୍କ ବୟସ ୪୦ ବର୍ଷ ହୋଇଥିବାବେଳେ ଦୁଇ ଶିଶୁ କନ୍ୟା ପ୍ରେମା ଓ ଆମାର ବୟସ ଯଥାକ୍ରମେ ୬ ଓ ୪ ବର୍ଷ।

ଜେରା କରାଯିବାରୁ ନିନା କହିଛନ୍ତି ଯେ ଆଧ୍ୟାତ୍ମିିକ ଶାନ୍ତି ପାଇବାକୁ ସେ ଦୁଇ କନ୍ୟାଙ୍କ ସହ ଗୋଆରୁ ଗୋକର୍ଣ୍ଣ ଆସିଥିଲେ। ଧ୍ୟାନ ଓ ପ୍ରାର୍ଥନା ଉପରେ ଗୁରୁତ୍ବ ଦେବାକୁ ସେ ଜନବସତି ଛାଡି ପାହାଡ ଗୁମ୍ଫାରେ ରହିବାକୁ ଉଚିତ ମଣିଥି​‌େ​‌ଲ ବୋଲି ନିନା କହିଛନ୍ତି। ରାମତୀର୍ଥ ପାହାଡରେ ୨୦୨୪ ଜୁଲାଇରେ ଭୟାବହ ଭୂସ୍ଖଳନ ଘଟିଥିବାବେଳେ ଜଙ୍ଗଲରେ ହିଂସ୍ର ଜନ୍ତୁ ବାସ କରୁଛନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣକ ଦୁଇ ନାବାଳିକା କନ୍ୟାଙ୍କ ସହ କିପରି ଗୁମ୍ଫାରେ ରହୁଥିଲେ, ତାହା ପୁଲିସକୁ ବିସ୍ମିତ କରିଛି। ବହୁତ ବୁଝାସୁଝା କରିବାପରେ ପୁଲିସ ମହିଳା ଓ ଦୁଇ ଶିଶୁଙ୍କୁ ଗୁମ୍ଫାରୁ ଉଦ୍ଧାର କରି କୁମ୍‌ତା ତାଲୁକସ୍ଥିତ ସ୍ବାମୀ ଯୋଗରତ୍ନ ସରସ୍ବତୀଙ୍କ ଆଶ୍ରମରେ ଥଇଥାନ କରିଥିବା ଜଣାପଡିଛି। ଅପରପକ୍ଷରେ ତାଙ୍କର ପାସପୋର୍ଟ ଓ ଭିସା ହଜିଯାଇଛି ବୋଲି ନିନା କହିଥିଲେ। ପାହାଡ ଗୁମ୍ଫାରେ ଖୋଜାଖୋଜି କରିବାପରେ ଏହି କାଗଜପତ୍ର ମିଳିଛି। ତଦନୁଯାୟୀ ନିନା ବିଜିନେସ ଭିସାରେ ଭାରତକୁ ୨୦୧୭ ଏପ୍ରିଲ ୧୭ରେ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ନେପାଳ ଯାଇଥିବାବେଳେ ୨୦୧୮ରେ ପୁଣି ଭାରତ ଫେରିଆସିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories