www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ କରିବା ଘଟଣା: ତଦନ୍ତ ପାଇଁ ୪ ଜଣିଆ କମିଟି ଗଠିତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ କଙ୍ଗାରୁକୋର୍ଟ ନିଷ୍ପତ୍ତିକ୍ରମେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ କରିବା ଘଟଣାର ତଦନ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୪ ଜଣିଆ କମିଟି ଗଠିତ ହୋଇଛି। ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା ଏ ନେଇ ସୂଚନା ଦେଇଛନ୍ତି। କମିଟିରେ ବିଡିଓ, ସିଡିପିଓ, ତହସିଲଦାର ଓ ଏସଏସଏସଓ ସାମିଲ ରହିଛନ୍ତି। କମିଟି ଆସନ୍ତା ୨ ଦିନ ମଧ୍ୟରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଉପଜିଲାପାଳ କହିଛନ୍ତି।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ତଦନ୍ତ କରିବ କମିଟି। ତଦନ୍ତରେ ଯେଉଁମାନେ ଦୋଷୀ ବୋଲି ଜଣାପଡ଼ିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳଙ୍କଠାରୁ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, କଞ୍ଜାମଯୋଡି ଗାଁର ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲେ। ହେଲେ ଏହାକୁ ବିରୋଧ କରି ଗ୍ରାମବାସୀ ପ୍ରେମୀଯୁଗଳଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି। ସେମାନଙ୍କ କାନ୍ଧରେ ଜୁଆଳି ପକାଯାଇଛି। ଉଭୟଙ୍କୁ ଜୋର ଜବରଦସ୍ତ ଲଙ୍ଗଳରେ ଯୋଚି ହଳ କରାଯାଉଛି। ଖାଲି ସେତିକି ନୁହେଁ ମାଡ଼ ବି ମରାଯାଉଛି।

ଘଟଣା ଗତ ବୁଧବାରର ବୋଲି ଜଣାପଡ଼ିଛି। ସେପଟେ ଗାଁ ଲୋକଙ୍କ କହିବା କଥା, ଯୁବତୀ ଜଣକ ଯୁବକଙ୍କ ପିଉସୀ ହେବେ। ଏଥିପାଇଁ ଗାଁ ଲୋକେ ଆପତ୍ତି କରିବା ସହ ତାଗିଦ କରିଥିଲେ। ମାତ୍ର ସେମାନେ ନ ଶୁଣିବାରୁ ଶେଷରେ ଉଭୟଙ୍କୁ ଧରି ଝାଙ୍ଗିରି ଦେବତା ପାଖରେ ପୂଜାର୍ଚ୍ଚନା କରିଥିଲେ। ଉଭୟଙ୍କୁ ବାନ୍ଧି ମାଡ଼ ବିଧା ଗୋଇଠା ମାରିଥିଲେ। କାନ୍ଧରେ ଜୁଆଳି ପକାଇ ହଳ କରାଇଥିଲେ। ଏମିତି ନ କରିଥିଲେ କୁଆଡ଼େ ଗାଁରେ ବର୍ଷା ହେଇ ନ ଥାନ୍ତା, ଦେବୀଙ୍କ ଅଭିଶାପ ପଡ଼ିଥାନ୍ତା। ଏଭଳି ଯୁକ୍ତି ଦର୍ଶାଇଛନ୍ତି ଗାଁ ଲୋକେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେପଟେ ଏହି ଘଟଣା ପରେ ସଂପୃକ୍ତ ଯୁବକ ଯୁବତୀ ଗାଁ ଛାଡ଼ି ଚାଲିଯାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories